ରକ୍ତ ଭଣ୍ଡାର କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

0

(ଜଗନ୍ନାଥ ଅଗ୍ରୱାଲ) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟରେ ୫୫ଟି ରକ୍ତ ଭଣ୍ଡାରକୁ ସରକାରୀ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ଉକ୍ତ ଭଣ୍ଡାର ଗୁଡ଼ିକରେ ୧୮୦ ଜଣ କର୍ମଚାରୀ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି । ଭଣ୍ଡାର ଗୁଡିକ ସରକାରୀ ହୋଇଥିବାବେଳେ ସେଥିରେ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇନାହିଁ । ତେଣୁ କରି ସେମାନେ ନିଜର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି । ଏହି ପ୍ରତିବାଦରେ ୧୮୦ ଜଣ କର୍ମଚାରୀ କଳା ବ୍ୟାଚ ପରିଧାନକରି ଗତ କାଲି ଠାରୁ ଅକ୍ଟୋବର୧ ତାରିଖ ପର୍ଯ୍ୟନ୍ତ ଧାରଣରେ ବସିବେ । ସେମାନଙ୍କ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାମ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସେମାନେ କହିଛନ୍ତି । ଅନୁଗୁଳ ଜିଲ୍ଲାର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ଧାରଣାରେ ସାମିଲ ହୋଇଛନ୍ତି ।