ସେଣ୍ଟ୍ରାଲ ବେଙ୍ଗାଲୁରୁରୁ ଲଢିବେ ଓଡିଆ ପୁଅ ଅନିଲ

0

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: କର୍ଣ୍ଣାଟକର ବେଙ୍ଗାଲୁରୁର ସେଣ୍ଟ୍ରାଲ ବେଙ୍ଗାଲୁରୁ ଆସନରୁ ଜଣେ ଓଡିଆ ପୁଅ ନିର୍ବାଚନ ଲଢିବାକୁ ଯାଉଛନ୍ତି । କୋରାପୁଟର ଜୟପୁର ସହରର ଅନିଲ ରାପାର୍ତି ସେଣ୍ଟ୍ରାଲ ବେଙ୍ଗାଲୁରୁରୁ ନିର୍ବାଚନ ଲଢିବାକୁ ଅଣ୍ଟାଭିଡିଛନ୍ତି । ସେ ୪ ବର୍ଷ ହେବ ବେଙ୍ଗାଲୁରୁରେ ଅବସ୍ଥାନ କରୁଛନ୍ତି । ରାପାର୍ତି କନସଲଟାନ୍ସି ପ୍ରାଇଭେଟ ଲିମିଟେଡର ସେ ହେଉଛନ୍ତି ନିର୍ଦ୍ଦେଶକ । ଚଳିତ ନିର୍ବାଚନ ପାଇଁ ଅନିଲ ସ୍ୱାଧୀନ ପ୍ରାର୍ଥୀ ଭାବେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି । ଅନିଲଙ୍କୁ ପ୍ରଚାର କାମରେ ତାଙ୍କ ସ୍ତ୍ରୀ ଓ କିଛି ବନ୍ଧୁ ସହଯୋଗ କରୁଥିବା ଜଣାଯାଏ ।