ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକେର୍ଟ ଦ୍ୱାରସ୍ଥ ହୋଇଛନ୍ତି । ସେ ଅଦାଲତରେ ନିଜ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରଥିଲେ । ସେସିଆଲ ମିଡିଆରେ ତାଙ୍କ ନାମ ଏବଂ ପରିଚୟକୁ ନେଇ ଅପବ୍ୟବହାର କରାଯାୁଛି ।ସେଥିପାଇଁ ସମାଜରେ ସମ୍ମାନ ହାନି ହେବା ସହ ବ୍ୟକ୍ତିତ୍ୱ ଉପରେ କୁପ୍ରଭାବ ପଡିବ ବୋଲି ସେ ଅସନ୍ତେଷ ବ୍ୟକ୍ତ କରିଛନ୍ତି ।
ବ୍ୟକ୍ତିତ୍ୱ ଅଧିକାର ସହ ଜଡିତ ଆବେଦନ ଉପରେ ଅଭିନେତା ଅନିଲ କପୁରଙ୍କୁ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଏହାର ରାୟ ଦେବାବେଳେ କୋର୍ଟ ତାଙ୍କର ଲୋକପ୍ରିୟ ଡାଏଲଗ ‘ଜାକାସ୍’, ନାମ, ଫଟୋ, ସ୍ୱର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ଅନିଲ କପୁର ନିଜେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନରେ ଅଭିନେତା ଦାବି କରିଛନ୍ତି ଯେ ଲୋକମାନେ ତାଙ୍କର ଏହି ସବୁ ଜିନିଷକୁ ଟଙ୍କା ପାଇଁ ବ୍ୟବହାର କରୁଛନ୍ତି। ତେଣୁ, ତାଙ୍କ ସ୍ୱର ଏବଂ ଲୋକପ୍ରିୟ ଚରିତ୍ର ବ୍ୟବହାର ଉପରେ ଏକ ନିଷେଧାଦେଶ ରହିବା ଉଚିତ୍ । ଦିଲ୍ଲୀ ହାଇକୋର୍ଟ ଅନିଲଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
କୋର୍ଟ କହିଛନ୍ତି ଯେ, ବ୍ୟକ୍ତିଙ୍କ ନାମ, ସ୍ୱର, ସଂଳାପ ଏବଂ ଫଟୋକୁ ବେଆଇନ ତଥା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। ତେଣୁ କୌଣସି ଉଦ୍ଦେଶ୍ୟରେ ଅନିଲ କପୁରଙ୍କ ନାମ, ସ୍ୱର କିମ୍ବା ଅନ୍ୟାନ୍ୟ ବ୍ୟକ୍ତିତ୍ୱ ବୈଶିଷ୍ଟ୍ୟ ବ୍ୟବହାର କରିବାରେ ବାରଣ କରାଯାଇଛି। ଏହା ବ୍ୟତୀତ ହାଇକୋର୍ଟ ମଧ୍ୟ ଅଜ୍ଞାତ ଲୋକଙ୍କୁ ଆପତ୍ତିଜନକ ଲିଙ୍କ ପ୍ରଚାର କରିବାରେ ଅଟକାଇଥିଲେ। କୋର୍ଟ କହିଛନ୍ତି ଯେ ଫେମ୍ ସହିତ ଜଣେ ବ୍ୟକ୍ତିଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ଏବଂ ଏହି ମାମଲା ଦର୍ଶାଏ ଯେ “ପ୍ରତିଷ୍ଠା ଏବଂ ଫେମ୍ କ୍ଷତିରେ ପରିଣତ ହୋଇପାରେ …”