ମୁମ୍ବାଇ:କ୍ରିକେଟରେ ପଡିଆରେ ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ରେମାଞ୍ଚକ ମ୍ୟାଚ ଦେଖିବାକୁ ମିଳେ । ଲମ୍ବା ସମୟ ପରେ ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିବ । ଆଗାମୀ ଏସିଆ କପ ସେପ୍ଟେମ୍ପର ୨ରେ ଉଭୟ ଦେଶ ମଧ୍ୟରେ ମୁକାବିଲା ରହିଛି । ଏହାପରେ ଅକ୍ଟୋବର ୧୪ରେ ବିଶ୍ୱକପରେ ମୁହାଁମୁହିଁ ହେବେ ଉଭୟ ଦେଶ । ଏହିକ୍ରମରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ପୂର୍ବତନ କୋଚ ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ବଡ଼ ବୟାନ ଦେଇଛନ୍ତି ।
ଅନିଲ କୁମ୍ବଲେ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ବେଶ୍ ରୋମାଞ୍ଚକ ରହିଥାଏ । ପୂର୍ବରୁ ଆମେ କ୍ରିକେଟ୍ ଖେଳୁଥିବା ସମୟରେ ସମସ୍ତେ କୁହନ୍ତି, କେନିଆ ଠାରୁ ହାରିଯାଅ ଚଳିବ । ହେଲେ ପାକିସ୍ତାନଠାରୁ କେବେବି ପରାସ୍ତ ହେବନାହିଁ । ମ୍ୟାଚ୍ ନେଇ ଖେଳାଳିଙ୍କ ଉପରେ ଖୁବ୍ ଚାପ ରହିଥାଏ ।ଯାହାଫଳରେ ମ୍ୟାଚ୍ ଖୁବ୍ ଚିତାକର୍ଷକ ମଧ୍ୟ ହୋଇଥାଏ ।
ସେହିପରି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ନେଇ ଅନିଲ କୁମ୍ବଲେ କହିଛନ୍ତି ଯେ, ସାମାନ୍ୟ ଖେଳ ପରି ଏହି ମ୍ୟାଚକୁ ଖେଳିବା ଦରକାର । ଯାହାଫଳରେ ପୁରା ଟିମ୍ ଉପରେ ଚାପ ରହିବନାହିଁ । ଭଲ ଖେଳିଲେ ରେଜଲ୍ଟ ତୁମ ସପକ୍ଷରେ ଯିବ । କିନ୍ତୁ ପୁରା ଟିମ୍ ଯଦି ଖରାପ ଖେଳିବ । ତେବେ ଟିମ୍କୁ ପରାଜୟର ସାମ୍ନା କରିବାକୁ ପଡିବ ।