ଯାଜପୁର : ଅନଲାଇନ୍ ଗେମ୍ ଖେଳି କୋଟିପତି ହେଲେ ଯୁବକ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରଖପଦା ଗ୍ରାମର ଅନିଲ ତରାଇ । ଅନିଲ ଅନଲାଇନ୍ ଖେଳ ଖେଳି କୋଟିପତି ହୋଇପାରିଛନ୍ତି । ଅନଲାଇନ୍ ଗେମ ଖେଳି ଜିତିଛନ୍ତି ୩ କୋଟି ଟଙ୍କା ସହ ଏକ ଥାର୍ । ପୂର୍ବରୁ ବି ଓଡ଼ିଶାର ଜଣେ ଦିନ ମଜୁରିଆ ଅନଲାଇନ୍ ଗେମ ଖେଳି ୩ କୋଟି ଟଙ୍କା ସହ ଥାର୍ ଗାଡ଼ି ଜିତିଥିବା ଖବର ପ୍ରସାରଣ ହୋଇଥିଲା । ସମାନ ଭାବେ ଅନିଲ ତରାଇ ପୁଣି ଏଭଳି ଭାବେ ଟଙ୍କା ଜିତିଛନ୍ତି ।
ଏଭଳି ଭାଗ୍ୟବାନ ବିଜେତା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡ଼ କାଏମା ପଞ୍ଚାୟତ ଅରଖପଦା ଗାଁର କୁଳମଣି ତରାଇଙ୍କ ପୁଅ ଅନିଲ ତରାଇ । ନିଦରୁ ଉଠି ଏତେ ଟଙ୍କା ଜିତିଥିବା ନେଇ ପ୍ରଥମେ ବିଶ୍ବାସ କରିନଥିଲେ । କିନ୍ତୁ କମ୍ପାନୀରୁ କଲ୍ ଆସିବା ପରେ ଏତେ ଟଙ୍କା ଓ ଥାର୍ ଗାଡ଼ି ଜିତିଥିବା ନେଇ ବିଶ୍ବାସ କରିଥିଲେ । ଖବର ପ୍ରଚାରିତ ହେବା ପରେ ପରିବାର, ସାଙ୍ଗ ସାଥି ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସାଧାରଣତଃ ବଡ଼ଲୋକ ହେବାର ସ୍ୱପ୍ନ ସମସ୍ତଙ୍କୁ ଆସିଥାଏ । ଆଉ ଏମିତି ଅନଲାଇନ୍ ଗେମରୁ ଟଙ୍କା ଜିତି ଭାଗ୍ୟ ବଦଳିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା ।