ଇସ୍ଲାମଵାଦ : ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କଲେ ଅଞ୍ଜୁ | ହଁ ଦର୍ଶକବନ୍ଧୁ ବହୁଚର୍ଚ୍ଚିତ ଅଞ୍ଜୁ ଏବଂ ନାସରୁଲ୍ଲାଙ୍କ ପ୍ରେମ କାହାଣୀରେ ଦିନକୁ ଦିନ କିଛି ନୂଆ ନୂଆ କଥା ସାମ୍ନାକୁ ଆସୁଛି | ବର୍ତ୍ତମାନ ଅଞ୍ଜୁଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଅଞ୍ଜୁ ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ଏହି ଭିଡିଓରେ ଅଞ୍ଜୁ ଓ ନାସରୁଲ୍ଲା ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ସହ ଅଛନ୍ତି। ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରୁଥିବା ସମୟରେ ସମସ୍ତେ ମିଳିମିଶି କେକ୍ କାଟୁଥିବା ନଜର ଆସିଛି | ତେବେ 14 ଅଗଷ୍ଟ ଅର୍ଥାତ ଆଜିର ଦିନରେ ପାକିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଏହି ସମୟରେ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ମଧ୍ୟ ଅଞ୍ଜୁଙ୍କୁ ସାକ୍ଷାତକାର ଦେଇ ଫାତିମା ଏବଂ ନାସରୁଲ୍ଲାଙ୍କୁ ତାଙ୍କ ସ୍ୱାମୀ ବୋଲି କହିଥିଲେ।
ଯଦିଓ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ଏବଂ ନାସରୁଲ୍ଲାଙ୍କୁ ବିବାହ କରିବା କଥାକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି, କିନ୍ତୁ ଏଠାରେସାକ୍ଷାତକାରରେ ସେ ଏଥିରେ ଆପତ୍ତି କରିନାହାଁନ୍ତି। ଏହି ସମୟରେ ସେ ପାକିସ୍ତାନକୁ ମଧ୍ୟ ତୀବ୍ର ପ୍ରଶଂସା କରିଥିଲେ। ଅଞ୍ଜୁ ବାର୍ତ୍ତାଳାପରେ କହିଛନ୍ତି, ‘ମୁଁ ପାକିସ୍ତାନ ଆସି ବହୁତ ଖୁସି। ଏଠାକାର ଲୋକଙ୍କ ସଂସ୍କୃତି ବହୁତ ଭଲ | ପାକିସ୍ତାନର ଆତିଥ୍ୟ ବହୁତ ଭଲ |
କହିରଖୁ କି ୨୦୧୯ରେ ଅଞ୍ଜୁ ଏବଂ ନସରୁଲ୍ଲା ଫେସବୁକରେ ବନ୍ଧୁ ହୋଇଥିଲେ। ରାଜସ୍ଥାନର ଅଲୱାର ଜିଲ୍ଲାରେ ରହୁଥିବା ଅଞ୍ଜୁ ପୂର୍ବରୁ ବିବାହିତ ଏବଂ ଦୁଇ ସନ୍ତାନର ମାଆ ଅଟନ୍ତି। ଗୋଟିଏ ୧୫ ବର୍ଷର ଝିଅ ଏବଂ ଏକ ଛଅ ବର୍ଷର ପୁଅ ଅଛି । ଅଞ୍ଜୁ ଆଇନଗତ ଭିସା ନେଇ ପାକିସ୍ତାନ ଯାଇଥିଲେ। ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ ଦାବି କରିଛନ୍ତି ଯେ ଅଞ୍ଜୁ ମିଛ କହି ପାକିସ୍ତାନ ଯାଇଛନ୍ତି।
*अपने फेसबुक फ्रेंड नसरुल्लाह से शादी करने के लिए पाकिस्तान के खैबर पख्तूनख्वा प्रांत पहुंची अंजू शनिवार को वहां आजादी के जश्न में शामिल हुई. अंजू ने यहां नसरुल्लाह के साथ मिलकर पाकिस्तान की यौम-ए-आजादी (स्वतंत्रता दिवस) का केक भी काटा#Anju #Pakistan pic.twitter.com/HC7w8vHvOL
— Shakti Ojha🇮🇳 (@imShaktiojha) August 12, 2023