କଣ ଭାବିଥିଲି କଣ ହୋଇଗଲା? କିଛି ଯୋଜନା କରି ପାକିସ୍ତାନ ଯାଇଥିଲି! ସେଠିକି ଯାଇ ବଡ଼ ଭୁଲ କଲି!
ଭାରତ ଫେରିବି ସବୁ କହିବି!
ପ୍ରଥମେ ଫେସବୁକରୁ ପରିଚୟ ପରେ ପ୍ରେମ, ଆଉ ସେହି ପ୍ରେମ ଟାଣି ନେଇଥିଲା ପର ଦେଶକୁ । ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ ଚାଲିଯିବା ସହ ସେଠାରେ ନସରୁଲ୍ଲାଙ୍କୁ ବିବାହ କରିଥିବା ଖବର ମିଳିଥିଲା। ବିବାହ ପରେ ସେଠାରେ ସେ ବୁର୍ଖା ପିନ୍ଧୁଥିବା ସହ ତାଙ୍କୁ ବିଭିନ୍ନ ଆଡୁ ଉପହାର ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ତେବେ କିଛି ଦିନ ପାକିସ୍ତାନରେ ରହିବା ପରେ ଏବେ ଅଞ୍ଜୁ ଭାରତ ଫେରିବାକୁ ଚାହୁଥିବା ସାମ୍ନାକୁ ଆସିଛି।
ବିବିସି ରିପୋର୍ଟ ଅନୁଯାୟୀ ଅଞ୍ଜୁ କହିଛନ୍ତି ଯେ ବର୍ତ୍ତମାନ ସେ ପାକିସ୍ତାନରେ ବହୁତ ଖୁସି ଅଛନ୍ତି। ସମସ୍ତେ ତାଙ୍କ ଯତ୍ନ ନେଉଛନ୍ତି, କିନ୍ତୁ ସେ ଭାରତ ଫେରି ନିଜ ପିଲାମାନଙ୍କୁ ଭେଟିବାକୁ ଚାହୁଁଛନ୍ତି। ପିଲାମାନେ ତାଙ୍କ ଉପରେ ରାଗିଥିବାରୁ ସେ ଭାରତ ଆସିବା ସହ ନିଜ ପିଲାଙ୍କୁ ମନାଇବାର ଇଚ୍ଛା ରଖିଥିବା କହିଛନ୍ତି।
ତାଙ୍କ କହିବା ମୁତାବକ, ମୁଁ ଭାରତ ଫେରି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଚାହୁଁଛି। ମୁଁ କିଛି ଯୋଜନା କରି ପାକିସ୍ତାନ ଆସିଥିଲି। ହେଲେ ଯାହା ଭାବିଥିଲି ତାହା ହେଲା ନାହିଁ। ଏଭଳି ହଠାତ୍ ପାକିସ୍ତାନ ଆସି ମୁଁ ମୋ ଆଡୁ ମଧ୍ୟ ବଡ଼ ଭୁଲ କରିଛି। ଏଠାରେ ଯାହା ଘଟିଲା, ସେଥିପାଇଁ ମୋ ପରିବାର ଭାରତରେ ଅପମାନିତ ହୋଇଛି। ମୋ ପାଇଁ ଏହି ସବୁ ଘଟିଛି। ଏହି କାରଣରୁ ମୁଁ ବହୁତ ଦୁଃଖିତ। ମୋ ପିଲାମାନେ ମୋତେ ନେଇ କ’ଣ ଭାବୁଥିବେ ମୁଁ ଏବେ ତାହା ଚିନ୍ତା କରୁଛି।