(ନୂଆଦିଲ୍ଲୀ): କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମର୍ଥନ କରି ମଙ୍ଗଳବାର ସାମାଜିକ କର୍ମୀ ଆନ୍ନା ହଜାରେ ଦିନିକିଆ ଅନଶନରେ ବସିଛନ୍ତି । ଏଥିପାଇଁ ସେ ଗୋଟିଏ ଦିନ ଉପାସ ରଖିଥିବା ଜଣାପଡିଛି । ଚାଷୀ ଆନ୍ଦୋଳନ ସାରା ଦେଶକୁ ବ୍ୟାପିଲେ ଚାପରେ ପଡି ସରକାର କୃଷକଙ୍କ ସ୍ୱାର୍ଥ ହିତରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କ ଆନ୍ଦୋଳନ ଚାଲିଥିବା ବେଳେ ଏଯାଏ କୌଣସି ହିଂସାକାଣ୍ଡ ଘଟି ନଥିବାରୁ ଆନ୍ନା ଏହାକୁ ପ୍ରଶଂସା କରିଛନ୍ତି । ଏହି ଆନ୍ଦୋଳନ ଦିଲ୍ଲୀରୁ ସମଗ୍ର ଦେଶକୁ ବ୍ୟାପିବା ଉଚିତ ।ଏଥିପାଇଁ କୃଷକମାନେ ରାସ୍ତାକୁ ଓହ୍ଲାଇବା ଆବଶ୍ୟକ । ସରକାର ଚାପଗ୍ରସ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହେବା ଉଚିତ । କିନ୍ତୁ ଏଥିପାଇଁ ହିଂସାକାଣ୍ଡ ଘଟିବା ଅନୁଚିତ ବୋଲି ମହାରାଷ୍ଟ୍ରର ଏକ ଗାଁରେ ଅନଶନରେ ବସି ଆନ୍ନା ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
Edited by- Sriharsh Mishra