ଭୁବନେଶ୍ୱର: ଗୃହ ମନ୍ତ୍ରାଳୟ ପକ୍ଷରୁ ସାହସିକତା ଓ ସେବା ମେଡାଲ ଘୋଷଣା । ସ୍ୱାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୋଲିସ ପଦକ ଏବଂ ସାହସିକତା ପୁରସ୍କାର । କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୋଲିସ ବିଭାଗ , ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ । ଓଡିଶାର ୧୩ ଜଣଙ୍କୁ ମିଳିବ ପୋଲିସ ମେଡାଲ । ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ । ଏଡିଜି ସୁରେଶ ଦେବ ଦତ୍ତ ସିଂହ , ଡିଏସପି ସଚ୍ଚିଦାନନ୍ଦ ରଥଙ୍କୁ ମେଡାଲ । ୧୫ ପୋଲିସ କର୍ମଚାରୀଙ୍କୁ ମିଳିବ ଉକୃଷ୍ଟ ସେବା ପଦକ । ପୋଲିସ ,ଅଗ୍ନିଶମ, ହୋମଗାର୍ଡଙ୍କୁ ମିଳିବ ସାହସିକତା ମେଡାଲ । ଏ ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୦୩୭ ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ପ୍ରଦାନ କରାଯିବ । ଏହା ବ୍ୟତୀତ ୨୧୩ ଜଣଭ୍କୁ ସାହାସିକତା ପଦକ , ୯୪ ଜଣଙ୍କୁ ପ୍ରଖ୍ୟାତ ସେବା ପଦକ , ୭୨୯ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ ।