ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ…

0

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଉପକଣ୍ଠ ନୂଆପାରା ଠାରେ ଥିବା ଅନୁସୂଚିତ ଜାତି  ଓ ଜନଜାତି ବିଭାଗ ପରିସ୍ଖଳିତ ସରକାରୀ  ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବିଦ୍ୟାଳୟର୨୦୨୪-୨୫ ବାର୍ଷିକ ମହୋତ୍ସବ ମହା ଆଡମ୍ବର ପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ, ଙ୍କ ପ୍ରତିନିଧି ସୁଦର୍ଶନ ମାଝୀ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତଜାତି ଓ ଜନଜାତି  ଉନ୍ନୟନ, ପଛୁଆବର୍ଗର   ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପାଲକା ରବିନ୍ଦ୍ର, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ଜିଲ୍ଲା ପରିଷଦ ଯତୀନ୍ଦ୍ରନାଥ ଗଣ ବସନ୍ତ ଡଙ୍ଗରି, ସମାଜ ସେବୀ  ଶୁକଦେବ ଗଣ୍ଡ, ଯୋଗ ଦେଇଥିଲେ । ପିଲାମାନଙ୍କ ଉଦେଶ୍ୟରେ ବିଭିନ୍ନ ଉପାଦେୟ ତଥ୍ୟ ସମ୍ବଳିତ ଜୀବନ ବଦ୍ଧକ କଥାବସ୍ତୁ କହି ପ୍ରେରଣା ଯୋଗାଇଥିଲେ । କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବାର୍ଷିକ ମହୋତ୍ସବ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ।