ଟିଟିଲାଗଡ / ପ୍ରଶାନ୍ତ କୁମାର ମେହେର : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା ଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ସଂଜୀବ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବରେ ଡେପୁଟି ମେନେଜର ଆରବିଆଇ ଦେବରାଜ ମେହେର, ସମ୍ମାନିତ ଅତିଥି ଭାବରେ ଖଗେଶ୍ୱର ରଣା ଓ ପାନମଣି ମୁର୍ମୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ମଞ୍ଚରେ ସମ୍ମାନିତ ଭାବେ ମଞ୍ଚାସିନ ଥିଲେ l ଶିକ୍ଷୟତ୍ରୀ ବିଦ୍ୟୁତଳତା ଦେଇ ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ପରେ ଅତିଥି ମାନଙ୍କୁ ଫୁଲତୋଳା ଦେଇ ସ୍ୱାଗତ ଜଣାଇଥିଲେ |ପରେ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ବାର୍ଷିକ ବିବରଣୀ ପଠନ କରିଥିଲେ | ନାରୀ ମାନେ କିଭଳି ଆଗକୁ ଯିବେ ସେନେଇ ସବୁବେଳେ ପ୍ରୟାସ ଜାରି ରଖିଛନ୍ତି ତେଣୁ ନିଜ ଗୋଡ଼ରେ ଠିଆ ହେଲେ ଉଜ୍ୱଳ ହେବ ଜୀବନ କରିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ ଦେଇଥିଲେ l ସାସ୍କୃତିକ କାର୍ଯ୍ୟକ୍ରମରେ ସ୍ୱାଗତିକା ଶତପଥି ଓ କଳ୍ପନା ରାଉଳ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର, ସଙ୍ଗୀତା ରଥ, ସନ୍ଧ୍ୟା ରାଣି ଗହୀର, ଜୟନ୍ତୀ ଭୋଇ, ପ୍ରତ୍ୟାସିନି ବାଗ, ସୁହାସିନି ମିଶ୍ର, ନମିତା ମେହେର, ଅର୍ଣ୍ଣପୂର୍ଣ୍ଣା ମାଝୀ, ବିଜୟ ଲଷ୍ମୀ ଦାସ, ଗଗନ ବେହେରା, ନିହାର ରଞ୍ଜନ ଷଡ଼ଙ୍ଗି ପ୍ରମୁଖ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷ ରେ ଶିକ୍ଷୟତ୍ରୀ ଶ୍ରୀଲତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ |