କୋରେଇ / ସୁନୀଲ କୁମାର ଓଝା: ଯାଜପୁର ଜିଲ୍ଲା ରଗଡି ମଲାରିଆ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ବାର୍ଷିକ ଉତ୍ସଵ ପାଳିତ ହୋଇଯାଇଅଛି । ସ୍କୁଲ ର ଇନ ଚାର୍ଜ କେ ଡି ସିଂ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ସେଣ୍ଟ ଯାଭିଅର ଗ୍ରୁପ ର ସିନିଅର ଅଧକ୍ଷ୍ୟ ଡକ୍ଟର ପ୍ରିୟର୍ଦଶୀ ନାୟକ ଯୋଗ ଦେଇ ପିଲାମାନଙ୍କର ପାଠ ପଢା ସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏକ୍ସଟ୍ରା କରିକୁଲାର ଆକ ଟିଭିଟି ଉପରେ ଅଭିଭାଷଣ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଯେଏସଏଲ ପ୍ଲାଣ୍ଟ ର ଏଚ ଆର ରାକେଶ ପାଠକ ଯୋଗ ଦେଇ ପିଲାମାନଂଙ୍କ ପାଠ ପଢା ଉପରେ ଗୁରୁତ୍ୱ ଦେବା ସହିତ ପିଲା ଙ୍କ ର ଓ ସ୍କୁଲ ର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସନମାନିତା ଅତିଥି ଭାବେ କୋରେଇ ବି ଇ ଓ ସୁଦର୍ଶନ ମଲିକ, ଡି ଆଇ ଇ ଟି ସ୍କୁଲ ର ଅଧକ୍ଷ୍ୟ ନିବେଦିତା ଗୁରୁ, ଶିକ୍ଷକ ସୁଶାନ୍ତ କୁମାର ନାୟକ, ସ୍କୁଲ ର ଚେୟାର ମାନ ମୋହିନୀ ମୋହନ ସାହୁ, ମ୍ୟାନେଜେର ରମେଶ କୁମାର ସାହୁ, ବ୍ୟାସନଗର କଲେଜ ର ଅଧକ୍ଷ୍ୟ ଦିଲୀପ କୁମାର ମହାନ୍ତି, ସାମାଜିକ କର୍ମୀ ରବିନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜର ଅଭିଭାଷଣ ରଖିବା ସଂଗେ ସଂଗେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ । ଏବଂ ସ୍କୁଲ ର ଅନୁଷ୍ଠାନ ତରଫରୁ 20ଜଣ ବରିଷ୍ଠ ଓ ଯୁବ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିଭାବକ ମାନେ ସ୍କୁଲ ର ଉତ୍ତରତର କାମନା କରିଥିଲେ । ସର୍ବଶେଷରେ ସ୍କୁଲ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଂକ ସହଯୋଗ ରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।