ବସ୍ତା (ଅଜିତ କୁମାର ସାହୁ) : ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଅଧିନସ୍ଥ ରମଚନ୍ଦ୍ରପୁର ସରକାରୀ ୟୁ.ଜି.ୟୁ.ପି ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବସ୍ତା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ, ସହକାରୀ ଶିକ୍ଷକ ଧର୍ମେନ୍ଦ୍ର କୁମାର ଦାସ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାସନ୍ତୀ ପୁଷ୍ଟି, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ବିପିନ ବିହାରୀ ବିଶ୍ବାଳ, ବରେଣ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଗ୍ରାମ କୁମାର ଦାସ ମହାପାତ୍ର, ଆର କେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଦତ୍ତ ଓ ସମ୍ମାନୀୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ନିର୍ମଳ ଚନ୍ଦ୍ର ଦାସ, ଅଚ୍ୟୁତାନନ୍ଦ ମହାନ୍ତି, ପ୍ରଶାନ୍ତ କୁମାର ପ୍ରଧାନ, ନାରାୟଣ କିଷ୍କୁ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ରବୀନ୍ଦ୍ର ଗିରି, ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସମାଜ ପ୍ରତି ତ୍ୟାଗ,ସମର୍ପଣ ସହିତ, ବଡ଼ ମଣିଷ ସହିତ ଭଲ ମଣିଷ ଗଢି ତୋଳିବାର ମାନସିକତା ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ ଗୋଚ୍ଛାୟତ ମଞ୍ଚ ଆହ୍ଵାନ କରି ଥିବାବେଳେ , ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସିଂ ଅତିଥି ପରିଚୟ, ଅଞ୍ଜଳୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସମାପ୍ତି ଦାସ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।