ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

0

ନବରଙ୍ଗପୁର : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର  ୨୦୨୪-୨୫ବାର୍ଷିକ ମହୋତ୍ସବ ମହା ଆଡମ୍ବର ପୂର୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ  ।  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଉପକଣ୍ଠ ଯୋଡ଼ିଙ୍ଗା ଠାରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପରିସ୍ଖଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର  ୨୫ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ, ପଛୁଆବର୍ଗ କଲ୍ୟାଣ ବିଭାଗ ଓଡିଶା ସରକାର ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ପାଲକା ରବିନ୍ଦ୍ର, ସମ୍ମାନିତ ଅତିଥି ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର, ଜିଲ୍ଲା ପରିଷଦ ସଦସ୍ୟ ଯତୀନ୍ଦ୍ରନାଥ ଗଣ୍ଡ,ନାନାରା ଖରା, ଖଗେଶ୍ୱର ହରିଜନ, ଯୋଡ଼ିଙ୍ଗା ପୂର୍ବତନ ସରପଞ୍ଚ ଫୁଲସିଂ ଗଣ୍ଡ, ପ୍ରମୁଖ ଯୋଗ ଦେଇଥିଲେ । ପିଲାମାନଙ୍କ ଉଦେଶ୍ୟରେ ବିଭିନ୍ନ ଉପାଦେୟ ତଥ୍ୟ ସମ୍ବଳିତ ଜୀବନ ବଦ୍ଧକ କଥାବସ୍ତୁ କହି ପ୍ରେରଣା ଯୋଗାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଛୋଟ ଛୋଟ ପିଲାମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବେଳେ ବାର୍ଷିକ ମହୋତ୍ସବ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ l