ବସ୍ତା/ ଅଜିତ ସାହୁ : ବସ୍ତା ବ୍ଲକ କରୁଆ ପଞ୍ଚାୟତ ଅଧିନସ୍ଥ ଉଜୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁରସ୍କାର ବିତରଣ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଗାମ୍ବର୍ ବାରିକ ମଞ୍ଚ ପରିଚାଳନା କରୁଥିବା ବେଳେ, ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟନ୍ତ କୁମାର ରଣା, ମୁଖ୍ୟବକ୍ତା ଭାବେ ପାଉଁଶକୁଲି ଶିକ୍ଷା କ୍ଳଷ୍ଟର ସିଆରସିସି ତପନ କୁମାର ସେଣ, ସମ୍ମାନୀୟ ଅତିଥି ଭାବେ ପରିଚାଳନା କମିଟି ର ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଉପ ସଭାନେତ୍ରୀ ଅର୍ଚ୍ଚନା ବାରିକ, ପ୍ରଧାନ ଶିକ୍ଷକ ଶମ୍ଭୁନାଥ ମହାନ୍ତି, ବିଜୟ କୁମାର ଜେନା, ଅଜୟ କୁମାର ସେଠୀ, ରବୀନ୍ଦ୍ର ନାୟକ, ପରେଶ୍ ହାଁସଦା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସମାଜ ପ୍ରତି ତ୍ୟାଗ, ସମର୍ପଣ ସହିତ, ବଡ଼ ମଣିଷ ସହିତ ଭଲ ମଣିଷ ଗଢି ତୋଳିବାର ମାନସିକତା ରଖିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ଵାରା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ସଦସ୍ୟା, ଅଭିଭାବକ ଉପସ୍ଥିତ ଥିବାବେଳେ, ବିଦ୍ୟାଳୟର ସହକାରୀ ଶିକ୍ଷକ ସୃଷ୍ଟିଧର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।