ଆସିବ ବାର୍ଷିକ କିମ୍ବା ଲାଇଫଟାଇମ୍ ଟୋଲ୍ ପାସ୍

0

ଭୁବନେଶ୍ୱର;ଜାତୀୟ ରାଜପଥରେ ଦେବାକୁ ପଡେ ଟୋଲ ଫ୍ରି । ୬୦ କିଲୋମିଟରରେ ଗୋଟିଏ ଲେଖାଁଏ ଟୋଲଗେଟ୍ ପଡିଥାଏ । ଯେଉଁଠି ନିର୍ଦ୍ଧାରିତ ଟଙ୍କା ଦେବାକୁ ପଡିଥାଏ । କିନ୍ତୁ ଟୋଲ ଗେଟରେ ଏମିତି ଭିଡ ହୁଏ, ଯେଉଁଠି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । ହେଲେ ଏବେ ଆଉ ଟୋଲଗେଟ୍ ପାଖରେ ଭିଡ ହେବ ନାହିଁ । କାରଣ ବର୍ଷକୁ ୩ ହଜାର ଦେଇ ଆପଣ ମାନେ ସୁରୁଖୁରରେ ଯିବା ଆସିବା କରିପାରିବେ । ଏନେଇ କେନ୍ଦ୍ର ସଡକ ଓ ପରିବହନ ବିଭାଗ ଏଭଳି ନିଷ୍ପତ୍ତି ନେଇଛି । ଯାହଅ ଗାଡିଚାଲଖଙ୍କ ପାଇଁ ଆଶ୍ୱସ୍ଥି ଆଣିଛି । ଆପଣମାନେ ଏବେ ଫ୍ରିରେ ଯାତ୍ରା କରିପାରିବେ । କାରଣ ଆସିବ ବାର୍ଷିକ କିମ୍ବା ଲାଇଫଟାଇମ୍ ଟୋଲ୍ ପାସ୍ । ମାତ୍ର ୩ ହଜାର ଦେଲେ ମିଳିବ ବାର୍ଷିକ ଟୋଲ୍ ପାସ ।

୧୫ ବର୍ଷ ଲାଇଫ୍ ଟାଇମ୍ ଟୋଲ ପାସ୍ ଲାଗି ଦେବାକୁ ହେବ ୩୦ ହଜାର । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍ କିଣିପାରିବେ । ଯେଉଁ ପାସ୍ ଦେଖାଇ ଯାତ୍ରୀମାନେ ପୁରା ବର୍ଷ ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ । ଠିକ୍ ସେମିତି, ୧୫ ବର୍ଷିୟା ଲାଇଫ୍ ଟାଇମ୍ ପାସ କରିବାକୁ ହେଲେ ଦେବାକୁ ପଡ଼ିବ ୩୦ ହଜାର ଟଙ୍କା ।

କୁହାଯାଉଛି କି, ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍ ଦେଇ ଯାଉଥିବା ଯାତ୍ରୀ ଆରାମରେ ଯାତ୍ରା କରିବେ ଏବଂ ଘଂଟା ଘଂଟା ଜାମ୍ ବି ହେବନି । ବର୍ତ୍ତମାନ ଟୋଲ ପ୍ଲାଜାରେ ମାସିକିଆ ପାସ୍ ମିଳୁଛି । ପ୍ରତିମାସ ୩୪୦ ଟଙ୍କାରେ ଏହି ମାସିକିଆ ପାସ୍ ମିଳୁଥିବା ବେଳେ ବାର୍ଷିକ ଦେୟ ରହିଛି ୪ ହଜାର ୮୦ ଟଙ୍କା । ସେପଟେ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଆଗାମୀ ଦିନରେ ଆହୁରି ନୂଆ ନୂଆ ଯୋଜନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।