ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ ଆଉ ଏକ ଏତଲା

0

ପୁରୀ;(ସଞ୍ଜୟ ମହାପାତ୍ର );-ନବକଳେବର ବଳକା ଦାରୁକାଠରେ ଦୀଘା ଜଗନ୍ନାଥ ମନ୍ଦିର ପାଇଁ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ବିରୋଧରେ ଆଉ ଏକ ଏତଲା ।ଏତଲା ଦେଲେ ସାମାଜିକ ତଥା ସୂଚନାଧିକାର କର୍ମୀ ଅଭିଷେକ ଦାସ ।କଟକର ଅଭିଷେକ ଦାସ ଏତଲା ଦେବାପରେ ରାମକୃଷ୍ଣ ଙ୍କ ଅଡ଼ୁଆ ବଢ଼ିଛି ।ପୂର୍ବରୁ ସୂଚନାଧିକାର କର୍ମୀ ଜୟନ୍ତ ଦାସ,ଜଗନ୍ନାଥ ସେନା ରାମକୃଷ୍ଣଙ୍କ ବିରୋଧରେ ଏତଲା ଦେଇଥିଲେ ।

ସିଂହଦ୍ୱାର ଥାନାରେ ରାମକୃଷ୍ଣ ଙ୍କ ବିରୋଧରେ ଏତଲା ଦେଇଛନ୍ତି ଅଭିଷେକ ।ଏତଲାରେ ଜଣେ ଭକ୍ତ ହିସାବରେ ଏଭଳି ଘଟଣାକୁ ନେଇ ଖୁବ୍ ବାଧିଛି ବୋଲି କହିଛନ୍ତି ଅଭିଷେକ ।ଏଭଳି ଘଟଣା ର ସଠିକ୍ ତଦନ୍ତ କରି ପର୍ଦ୍ଦାଫାଶ କରିବାକୁ ସେ ଅପିଲ କରିଛନ୍ତି ।ଏହା ଏକ ଠକାମୀ ଏବଂ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ପ୍ରତି ଦୃଢ଼ ଆଘାତ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ଅଭିଷେକ ।ରାମକୃଷ୍ଣ ଚୋରି କରିଛନ୍ତି ଏବଂ ତାଙ୍କୁ ମମତା ଏଭଳି କରିବାକୁ ଉସୁଆକାଇଛନ୍ତି ବୋଲି ଅଭିଷେକ କହିଛନ୍ତି ।