ପୁରୀ : ପୁଣି ଶ୍ରୀମନ୍ଦିର ଭିତର ବେଢା ଦୃଶ୍ୟ ହୋଇଛି ଭାଇରାଲ । ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଜଣେ ଯୁବତୀ ଏହି ଭିଯୁଆଲ ଅପଲୋଡ କରିଥିବା କୁହାଯାଉଛି । ତେବେ ଏହି ଭିଡିଓ ।luv.pahadan ନାମକ instagram ଆକାଉଣ୍ଟରେ ଭାଇରାଲ ହୋଇଛି । ପୁରା ଭିଡିଓଟିରେ ଜଣେ ଯୁବତୀ ନଜର ଆସୁଛନ୍ତି ।lets go visit dham ମେସେଜ ଦିଆଯାଇ ଏହି ଭିଡିଓ ରେ ପୁରୀ ର ଷ୍ଟେସନ୍ ଓ ସମୁଦ୍ର ଭଳି ସ୍ଥାନ କୁ ରଖାଯାଇଛି । ତେବେ ଭିଡିଓ ଟି ର ମଝିରେ ଶ୍ରୀମନ୍ଦିର ଭିତର ବେଢ଼ାରେ ନୃସିଂହ ଙ୍କ ମନ୍ଦିର ଭିଯୁଆଲ ରହିଛି । ନୃସିଂହ ମନ୍ଦିର ସମ୍ମୁଖ ରୁ ଏଇ ଭିଜୁଆଲ ନିଆଯାଇଛି ।