ଅନନ୍ତନାଗ ଏନକାଉଣ୍ଟର ଘଟଣାରେ ଆଉ ଜଣେ ଯବାନ ସହିଦ; ଆସିଲା ପାକିସ୍ତାନ ଲିଙ୍କ

0

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହିତ ଚାଲିଥିବା ଗୁଳିବିନିମୟରେ ଆହତ ହୋଇ ଆଜି ଆଉ ଜଣେ ଯବାନ ସହିଦ ହୋଇଥିବା କଥା ରିପୋର୍ଟରୁ ଜଣାପଡିଛି । ଏହାକୁ ମିଶାଇ ବୁଧବାରଠାରୁ ଏହି ଗୁଳି ବିନିମୟରେ ସମୁଦାୟ ୪ଜଣ ଯବାନ ସହିଦ ହେଲେଣି। ସମ୍ପୃକ୍ତ ଅଞ୍ଚଳକୁ ‘କର୍ଡନ୍’ କରାଯାଇ ତଲାସ ଅଭିଯାନ ଚାଲୁ ରଖାଯାଇଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।
ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ବୁଧବାର (ସେପ୍ଟେମ୍ବର ୧୩) ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗରେ ଏକ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ କର୍ଣ୍ଣେଲ ଏବଂ ମେଜରଙ୍କ ସମେତ ଭାରତୀୟ ସେନାର ଚାରିଜଣ ଅଧିକାରୀ ସହିଦ ହୋଇଥିଲେ। ଅନନ୍ତନାଗରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଗୋଟିଏ ଲିଙ୍କ୍ ସଂଯୋଗ ହୋଇଛି ।
ଆତଙ୍କବାଦୀଙ୍କ ସନ୍ଧାନ କ୍ରମାଗତ ଭାବେ କାଶ୍ମୀରର ଜଙ୍ଗଲରେ ଚାଲିଛି ଯେଉଁଠାରେ ଚାରିଜଣ ଅଧିକାରୀ ସହିଦ ହୋଇଥିଲେ। ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି । ୨ ରୁ ୩ ଆତଙ୍କବାଦୀ ଲୁଚି ରହିୠହିଥିବାର ସମ୍ଭାବନା ରହିଛି। ଏହି ଆତଙ୍କବାଦୀମାନେ ରେଜିଷ୍ଟାନ୍ସ ଫ୍ରଣ୍ଟ ଯଥା TRF ସହିତ ଜଡିତ । ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେଙ୍କ ନାମ ଉଜୀର ଖାନ ବୋଲି କୁହାଯାଉଛି। ଲସ୍କର ମୁଖ୍ୟ ହାଫିଜ ସଇଦଙ୍କ ସହ ଉଜାୟର ଖାନଙ୍କ ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ତଲାସ ଅଭିଯାନରେ ସହଯୋଗ କରିବା ପାଇଁ ସେ ଅଞ୍ଚଳରେ ‘ହେରନ୍ ଡ୍ରୋନ୍’ ଓ ‘କ୍ବାଡ୍କପ୍ଟର୍’ ମୁତୟନ କରାଯାଇଛି।