ଭୁବନେଶ୍ୱର : ଲଞ୍ଚ ନେଇ ଧରାପଡିଲେ ଆଉ ଜଣେ ଅଧିକାରୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୂତତ୍ତ୍ଵବିତ୍(ଜିଓଲୋଜିଷ୍ଟ)ଙ୍କୁ ଧରିଛି ଭିଜିଲାନ୍ସ। ବଲାଙ୍ଗୀର ଜିଲାର ଭୂତଳ ଜଳ ବିଭାଗରେ କାର୍ଯ୍ୟରତ ଏହି ଭୂତତ୍ତ୍ଵବିତ୍ ଜଣକ ହେଉଛନ୍ତି ଅସୀମ ଅଂଶୁମାନ ନାୟକ ବୋଲି ଜଣାପଡିଛି ।
ସୁଚନା ଅନୁଯାୟୀ , ସେ ଆଜି ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର ବିଲ କରେଇବା ପାଇଁ ଚାଲିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ତପନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ ।
ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ସମ୍ବଲପୁର ଏବଂ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଠିକଣାରେ ଚଢ଼ାଉ ଆରମ୍ଭ କରିଦେଇଥିଲେ । ବିଶେଷକରି ନାୟକଙ୍କ କାର୍ଯ୍ୟାଳୟ ଏବଂ ଶତାବ୍ଦୀନଗରସ୍ଥିତ ଘରେ ଏକକାଳୀନ ଚଢ଼ାଉ ଚାଲିଥିବା କରିଛି । ତେବେ ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ଲକ୍ଷ ୬୮ ହଜାର ଟଙ୍କା ଜବତ କରିଛି ।