ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ମେଡିକାଲରେ ୨୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହି ଚିକିତ୍ସିତ ହେଉଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି ।
ପାଣ ଫୁଟାଇବା ଘଟଣାରେ ସାମିଲ ଥିବା ଚନ୍ଦନ ଭୋଇ ମଧ୍ୟ ଗୁରୁତର ଅଛନ୍ତି । ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଅନୁକମ୍ପା ରାଶି । ବିସ୍ଫୋରଣ ବେଳେ କିଛି ଲୋକ ପାଣିକୁ ଡେଇଁ ପଡିଥିଲେ । ଗତ ବଧବାର ରାତିରେ ପୁରୀରେ ଭଉଁରୀ ଯାତ୍ରା ବେଳେ ବାଣ ବିସ୍ଫୋରଣ ହୋଇଥିଲା ।