ଭିଆଇପି କଲୋନୀରେ ହେଲା ଚୋରୀ ଉଦ୍ୟମ

0

ଭିଆଇପି କଲୋନୀରେ ପୁଣି ହେଲା ଚୋରି ଉଦ୍ୟମ। ଏକାଧିକ ବିଲ୍ଡିଂ କ୍ୟାମ୍ପସରେ ପଶିଲା ଚୋର। ସୁରକ୍ଷା କର୍ମୀ, ଘର ମାଲିକାଣୀ ପାଟି କରିବାରୁ ନଡ଼ିଆ ଗଛରେ ଲୁଚିଲା ଚୋର। କୋଠା ରୁ କୋଠା ଡେଇଁ ଖସିଯିବା ବେଳେ ମାଡ଼ି ବସିଲେ ଉଭୟ ପିଶିଆର୍ ଓ ସ୍ଥାନୀୟ ଲୋକେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲେ ଟୁଇନ୍ ସିଟି ପୋଲିସ କମିଶନର, ଭୁବନେଶ୍ବର ଡିସିପି, ସ୍ପେଶଲ୍ ସ୍କ୍ୱାର୍ଡ, ଜୋନ୫ ଏସିପି ସହ ନୟାପଲ୍ଲୀ ଥାନା ଅଧିକାରୀ। ଚୋରକୁ କାବୁ କରି ନୟାପଲ୍ଲୀ ଥାନାରେ ଚାଲିଛି ଜେରା। ଗତ ୪୮ଘଣ୍ଟା ତଳେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ପରେ ସେହି ଗଳିରେ ଏମିତି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।