ସାମ୍ନାକୁ ଆସିଲା ମଣିପୁରର ପୁଣି ଏକ ଯୌନ ଉତ୍ପୀଡିତାଙ୍କ ଭୟଙ୍କର କାହାଣୀ

0

ମଣିପୁର: ମଣିପୁରରେ ଦୁଇ ମହିଳାଙ୍କ ଯୌନ ଉତ୍ପୀଡନା କଥା ଏବେ ବି ଭାରତୀୟଙ୍କ ମଧ୍ୟରେ ଭୟ ଓ ଲଜ୍ଜା ସୃଷ୍ଟି କରେ । ପୁଣି ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି । ପୀଡିତା ବଖାଣିଛନ୍ତି ସେହି ଭୟାନକ ଘଟଣା । ଆଶ୍ରୟ ଶିବିରରେ ରହୁଥିବା ଜଣେ ପିଡିତା ଏ ନେଇ ପୋଲିସ ସାମ୍ନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ଆଇପିସି ଧାରା ୩୭୬ଡି, ୩୫୪, ୧୨୦ବି ଓ ୩୪ ଅଧୀନରେ ମାମଲା ରୁଜୁ ହୋଇଛି। ଘଟଣା ଘଟିଛି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ। ଏଠାରେ ୩୭ ବର୍ଷୀୟା ଜଣେ ମହିଳାଙ୍କ ଅଭିଯୋଗ ମୁତାବକ, ଏକ ପୁରୁଷ ଗୋଷ୍ଠୀ ତାଙ୍କ ସହିତ ଜୋର୍ ଜବରଦସ୍ତ ଯୌନ ଉତ୍ପୀଡ଼ନ କରିଛନ୍ତି।

ପୀଡିତା କହିଛନ୍ତି ଯେ ରାଜ୍ୟର ଦୁଇ ମହିଳାଙ୍କ ଖବର ସାମ୍ନାକୁ ଆସିବା ପରେ ପୋଲିସ ନିକଟକୁ ଯିବାକୁ ସାହାସ କରିଥଲେ ମହିଳା ।ମୁଁ ନିଜର ଏବଂ ନିଜ ପରିବାରର ଇଜ୍ଜତ ବଞ୍ଚାଇବା ତଥା ସାମାଜିକ ବହିଷ୍କାରରୁ ରକ୍ଷା ପାଇବା ପାଇଁ ଘଟଣାର ଖୁଲାସା କରି ନ ଥିଲି। ସାମାଜିକ କଳଙ୍କ ସହିବା ସ୍ଥିତିରେ ମୁଁ ନ ଥିଲି ଏବଂ ଜୀବନ ହାରିବାକୁ ଚାହୁଁଥିଲି। ଅଭିଯୋଗ ଅନୁସାରେ, ମେ ୩ ମନ୍ଧ୍ୟା ସାଢେ ୬ଟା ସମୟରେ ଉତ୍ତ୍ୟକ୍ତ ବ୍ୟକ୍ତି ତାଙ୍କ ଘର ଓ ପଡୋଶିଙ୍କ ଘର ଜଳିବା ଆରମ୍ଭ କରି ଦେଇଥିଲେ । ପ୍ରାଣ ଭୟରେ ମହିଳା ତାଙ୍କ ଭାଉଜ ନିଜ ଛୁଆଙ୍କୁ ନେଇ ପ୍ରାଣ ଭୟରେ ସେହି ଯାଗାରୁ ଦୌଡି ଜିବା ପାଇଁ ଚେଷ୍ଟା କରିଥିଲେ । ମହିଳା ଜଣକ ନିଜ ଦୁଇ ଛୁଆକୁ ଧରି ଧାଇଁବା ସମୟରେ ହଠାତ ତଳେ ପଡିଯାଇଥିଲେ ।

ସେ କହିଛନ୍ତି ଯେ ମୁଁ ତଳେ ପଡ଼ିଯାଇଥିବା ଦେଖି ଭାଉଜ ମୋ ପାଖକୁ ଦୌଡ଼ି ଆସିଥିଲେ ଏବଂ ମୋ ପିଠିରୁ ଝିଆରୀକୁ ଉଠାଇ ମୋର ଦୁଇ ପୁଅଙ୍କୁ ଧରି ସେଠାରୁ ପଳାଇଯାଇଥିଲେ। ଯେତେବେଳେ ମୁଁ ଉଠିବାକୁ ଅସମର୍ଥ ଥିଲି, ସେତେବେଳେ ୫/୬ ଜଣ ଯୁବକ ତାଙ୍କ ପାଖକୁ ଆସି ଜୋର୍ରେ ଗାଳି ଦେଇଥିଲେ। ଏହାପରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ସେ ଏହାକୁ ବିରୋଧ କରିବାରୁ ଏହି ଗୋଷ୍ଠୀ ତାଙ୍କୁ ତଳେ ପକାଇ ଯୌନ ଉତ୍ପୀଡ଼ନ କରିଥିଲେ।