ଭିଜିଲାନ୍ସର ଜାଲରେ ପୁଣି ତିନି ଧଳା ହାତୀ

0

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଣି ତିନି ଜଣ ସରକାରୀ ବାବୁ । ଜଣେ ସହକାରୀ ଯନ୍ତ୍ରୀ, ଜଣେ ମୁଖ୍ୟ କିରାଣୀ ତ ଆଉ ଜଣେ ଆରଆଇ
। ଭିଜିଲାନ୍ସ ଏହି ଦୁଇ ଜଣ ସରକାରୀଙ୍କ ବାବୁଙ୍କ ଘରୁ ପୁଳା ପୁଳା ଟଙ୍କା, ସୁନାଗହଣା, ବ୍ୟାଙ୍କ ପାସବୁକ୍, ମହଲା ମହଲା ଘର ଆଦି ଠାବ କରିଛି । ଭିଜିଲାନ୍ସର ଅନ୍ୟ ଏକ ଟିମ୍ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ଉ ଜାରି ରଖିଛି ।
ଭିଜିଲାନ୍ସଠାରୁ ମିଳିଥିବା ସୂଚନା ମୁତାବକ, ରଣପୁର ଆରଡି ଡିଭିଜନର ସହକାରୀ ଯନ୍ତ୍ରୀ ଋଷିକାନ୍ତ ବରାଳ ଏବେ ଭିଜିଲାନ୍ସ ରାଡରରେ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଋଷିକାନ୍ତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଖୋର୍ଦ୍ଧା, ନୟାଗଡ ଏବଂ ଢେଙ୍କାନାଳର ୪ ଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରିଛି ଭିଜିଲାନ୍ସ ଟିମ । ଏହି ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ରହିଛନ୍ତି ୮ ଇନ୍ସପେକ୍ଟର । ଚଢାଉରେ ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ ଓ ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ପାଖରେ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟ ଠାବ ହୋଇଛି ।
ସେପଟେ ସୁବର୍ଣ୍ଣପୁରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ମଧ୍ୟ ଭିଜିଲାନ୍ସ ଜାଲରେ ଫସିଛନ୍ତି । ସମାନ ଘଟଣାରେ ମୁଖ୍ୟ କିରାଣୀ ରମେଶ ଚନ୍ଦ୍ର ନାଗଙ୍କ ଶାନ୍ତିପଡା ଓ ତାଲପାଲିପଡା ଘରେ ଭିଜିଲାନ୍ସ ଚଢାଉ କରିଛି । ଶାନ୍ତିପଡାରେ ତାଙ୍କ ୩ ମହଲା କୋଠା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କ ପାସବୁକ, କାଗଜପତ୍ର ଆଦି ଯାଞ୍ଚ ଚାଲିଛି । ତେବେ ବ୍ୟାଙ୍କ ଲକର ଯାଞ୍ଚ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଭିଜିଲାନ୍ସର ୩ଟି ଟିମ୍ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ଏହା ୪ ଭାଇଙ୍କ ସମ୍ପତ୍ତି, ସେ କୌଣସି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିନଥିବା ମୁଖ୍ୟ କିରାଣୀ ସଫେଇ ଦେଇଛନ୍ତି ।

ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲା ସେମିଳିଗୁଡାର ମହିଳା ଆରଆଇ କ୍ଷିରାବ୍ଧୀ ତନୟା ସ୍ୱାଇଁ । ମୃତ୍ୟୁ ପରବର୍ତ୍ତୀ ସହାୟତା ଯୋଗାଇଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସର ଚଢଉ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ସେମିଳିଗୁଡା ତହସିଲ ଦୁଧାଳି ସର୍କଲ ଆରଆଇ କ୍ଷିରାବ୍ଧୀ । ଏହାପରେ ତାଙ୍କ ସମେତ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢଉ ଜାରି ରଖିଛି ।