ପୁଣି ଏକ ଟ୍ରେନ ଦୁର୍ଘଟଣା ; ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣ ଆହତ

0

ତାମିଲନାଡୁ; ପୁଣି ବଡ ଟ୍ରେନ ଦୁର୍ଘଟଣା । ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା । ପମୈସରରୁ ବିବାହରର ଦାରଭଙ୍ଗା ଅଭିମୁଖେ ଯାଉଥିବା ମୈସୁର ଦରଭଙ୍ଗା ବାଗମାତୀ ଏକ୍ସପ୍ରେସ୍ ଟ୍ରେନ ଚେନ୍ନାଇ ନିକଟ କଭାରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ସହିର ମୁହାଁମହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୯ ଜଣ ଆହତ ହୋଇଛନ୍ତି।ଚେନ୍ନାଇ ରେଲୱେ ଡିଭିଜନର ପୋନେରୀ କଭାରାପେଟ୍ଟାଇ ବିଭାଗରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ କୌଣସି ମୃତ୍ୟୂ ହୋଇନଥିବା ରେଲୱେ ବୋର୍ଡ କହିଛି।ଦକ୍ଷିଣ ରେଳବାଇ କହିଛି ଯେ ଏଚ୍ଏଲ୍ବି ବଗି ବିଶିଷ୍ଟ ଟ୍ରେନ୍ ନମ୍ବର ୧୨୫୭୮ ମୌସୁର ଦିବ୍ରୁଗଡ଼ ଦରଭଙ୍ଗା ଏକ୍ସପ୍ରେସ ଅକ୍ଟୋବର ୧୧ ତାରିଖ ରାତି ୮.୨୭ ସମୟରେ ତିରୁଭାଲୁର ଜିଲ୍ଲାର ପୋନେରୀ ଷ୍ଟେସନ ଅତିକ୍ରମ କରିବା ପରେ ଆଗକୁ ବଢ଼ିବା ପାଇଁ ସବୁଜ ସଙ୍କେତ ଦିଆଯାଇଥିଲା। କିନ୍ତୁ ଟ୍ରେନ୍ କାଓ୍ବରାପେଟ୍ଟୟି ଷ୍ଟେସନରେ ପ୍ରବେଶ କରିବା ବେଳେ ଟ୍ରେନ୍ କର୍ମଚାରୀମାନେ ଏକ ବଡ଼ ଝଟ୍କା ଅନୁଭବ କରିଥିଲେ। ଟ୍ରେନ୍ଟି ମୁଖ୍ୟ ଲାଇନକୁ ଯିବା ପରିବର୍ତ୍ତେ ଟ୍ରେନ୍ ଘଣ୍ଟା ପ୍ରତି ୭୫ କିଲୋମିଟର ବେଗରେ ‘ଲୁପ୍ ଲାଇନ୍’କୁ ଯାଇ ସେଠାରେ ପାର୍କିଂ ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।