ଧର୍ମ ବଦଳାଇଲେ ମିଳିବ ଦଣ୍ଡ

0

ଋିପୋଟର୍ସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି):  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ମୋଦି ସରକାରଙ୍କ ନଜର ପଡିଛି ଧର୍ମ ଅଦଳ ବଦଳ ଉପରେ । ଏବେ କେନ୍ଦ୍ର ସରକାର ଭାରତରେ ଧର୍ମାନ୍ତରଣ ବିରୋଧି ବିଲ(Anti Conversion Bill) ଆଣିବା ଯୋଜନା କରୁଛନ୍ତି । ଆସୁଥିବା ଆଗାମୀ ଅଧିବେଶନରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରିବେ ବୋଲି ଜଣାପଡିଛି । ଧର୍ମାନ୍ତରଣକୁ ନେଇ ଅନେକ ମାମଲା ସାମ୍ନାକୁ ଆସିଛି । ବିଶେଷତଃ କେରଳ ଓ ଉତ୍ତର ପ୍ରଦେଶରେ ଏହିପରି ଘଟଣା ଦେଖିବାକୁ ମିଳୁଛି । ସେଠାରେ ଲୋକଙ୍କୁ ଡରାଇ ଧମକାଇ ବା ବିଭିନ୍ନ ପ୍ରଲୋଭନ ଦେଖାଇ ଧର୍ମ ପରିବର୍ତ୍ତନ କରିଥାନ୍ତି । ଏନେଇ କେନ୍ଦ୍ର ସରକାର ଆଗାମୀ ଅଧିବେଶନରେ ଧର୍ମାନ୍ତରଣ ବିରୋଧି ଆଇନ ବିଲ ଆଗତ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।