ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ଖଜୁରିଆକଟା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆଜି ସକାଳ ୧୦ ଘଟିକା ସମୟରେ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରକ୍ଷା ବନ୍ଧନ ପାଳନ କରିବା ସହ ନିଶା ନିବାରଣରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ହିନ୍ଦୋଳ ପ୍ରତିନିଧି ବିଶେଶ୍ୱର ସେଠୀ ଓ ଖଜୁରିଆକଟା ପ୍ରତିନିଧି ପ୍ରଶାନ୍ତ କୁମାର ଜେନାମଣିଙ୍କ ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ହିନ୍ଦୋଳ ଉପଖଣ୍ଡର ୧୫୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟା ଏଥିରେ ଅଂଶ ଗ୍ରହଣ କରି ଉପସ୍ଥିତ ସମସ୍ତ ଗୁରୁଜୀ ଓ ଅତିଥି ମାନଙ୍କୁ ରାକ୍ଷୀ ବାନ୍ଧିବା ସହ ମିଠା ଖୁଆଇ ଥିଲେ। ପରେ ସମସ୍ତ ଅତିଥି ଓ ଗୁରୁଜୀ ମହିଳା ସଦସ୍ୟାଙ୍କ ନାମରେ ଶପଥ କରିଥିଲେ ଆଜୀବନ ନିଶା ଠାରୁ ଦୂରେଇ ରହିବେ। ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଅଂଶୁମାନ ବେହେରା ଓ ଛାତ୍ରୀ ତରାସ୍ମିତା ବିଶ୍ଵାଳ ନିଶା ନିବାରଣ ଉପରେ ସୁନ୍ଦର ନୃତ୍ୟ ପରିବେଷଣ କରି ସଚେତନତା କରାଇବା ସହ ମନୋରଞ୍ଜନର ଖୁରାକ ଯୋଗାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମେତ ଗୁରୁଜୀଙ୍କ ସମେତ ଖଜୁରିଆକଟା ବଜାର ଓ ଆଖପାଖ ଅଞ୍ଚଳର ବହୁ ଯୁବଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଆଶିଷ ମାଝୀ ଡ଼ାକବାଜି ଯନ୍ତ୍ର ଯୋଗେ ଖଜୁରିଆକଟା ବଜାରରେ ନିଶା ନିବାରଣ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।