ଜନ୍ତର ମନ୍ତରରେ ମୁଲଲିମ ବିରୋଧୀ ସ୍ଲୋଗାନ

0

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଦିଲ୍ଲୀ ଜନ୍ତର ମନ୍ତରରେ ମୁସଲିମ ବିରୋଧୀ ସ୍ଲୋଗାନର ଭିଡିଓ ଭାଇରାଲ ହେଉଛି । ପୋଲିସ କହିବା ଅନୁଯାୟୀ ସଂଗଠିତ ହୋଇଥିବା ଆନ୍ଦୋଳନକାରୀ ମାନେ ପୋଲିସର ବିନା କୌଣସି ଅନୁମତିରେ ଏହି ଆନ୍ଦୋଳନ ସଂଗଠିତ କରିଥିଲେ ।
ସୁପ୍ରିମକୋଟର ଓକିଲ ଓ ଦିଲ୍ଲୀ ବିଜେପିର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧେୟ ଏହି ଆନ୍ଦୋଳନ ସଂଗଠିତ କରିଥିବା ନେଇ ଅଭିଯୋଗ ହୋଇଛି । ଆନ୍ଦୋଳନକାରୀ ମାନେ ଜୋରରେ ‘ହିନ୍ଦୁସ୍ଥାନ ମେ ରେହେନା ହୋଗା ତୋ ଜୟ ଶ୍ରୀ ରାମ କେହେନା ହୋଗା’ର ସ୍ଲୋଗାନ ଦେଇଥିଲେ । ଏହି ସାମ୍ପ୍ରଦାୟିକତା ସ୍ଲୋଗାନ ନରସିଂହନାଦ ସାରସ୍ୱତୀଙ୍କ ଉପସ୍ଥିତରେ ହୋଇଥିଲା ।