ଅନୁଙ୍କ ବିରୋଧରେ ସୋନାଙ୍କ ଯୁଦ୍ଧ ଡାକରା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସମ୍ବଲପୁରର ଝିଅ ତଥା ବଲିଉଡ କଣ୍ଠଶିଳ୍ପୀ ସୋନା ମହାପାତ୍ର ଇଣ୍ଡିଆନ ଆଇଡ଼ଲର ବିଚାରକ ବିଶାଲ୍ ଦଦଲାନି ଓ ସୋନି ଟିଭି ଉପରେ ବର୍ଷିଛନ୍ତି । ମ୍ୟୁଜିକ ରିୟଲିଟି ସୋ’ ଇଣ୍ଡିଆନ ଆଇଡ଼ଲର ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କୁ ସାମିଲ କରାଯିବାକୁ ନେଇ ପୁଣି ଟୁଇଟରରେ ଯୁଦ୍ଧ ଡାକରା ଦେଇଛନ୍ତି ସୋନା । ସେ କହିଛନ୍ତି, ମି ଠୁ ଅଭିଯାନ ସମୟରେ ବିଶାଳ ସରକାରଙ୍କ ଉପରେ ଆରୋପ ଲଗାଇ କହିଥିଲେ କି ବହୁ ମହିଳା ଯୌନ ନିର୍ୟାତନା ଅଭିଯୋଗ ଆଣୁଥିବା ବେଳେ ଏ ବାବଦରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । କିନ୍ତୁ ବର୍ତ୍ତମାନ ସେ ୰ମି ଠୁ ଅଭିଯୁକ୍ତ ଅନୁ ମଲ୍ଲିକଙ୍କୁ ଇଣ୍ଡିଆନ ଆଇଡ଼ଲର ଜୁରୀଙ୍କ ମଧ୍ୟରେ ସାମିଲ କରିଛନ୍ତି । ଏଥିରୁ ବିଶାଳଙ୍କ ଦୋମୁହାଁ ନୀତି ଜଣାପଡୁଛି । ସେ ଆହୁରି ଅଭିଯୋଗ କରିଛନ୍ତି, ଅନୁଙ୍କୁ ସାମିଲ କରି ଯୌନ ଶୋଷଣକାରୀଙ୍କୁ ଚ୍ୟାନେଲ ସମର୍ଥନ କରୁଛି।
ସୂଚନାଯୋଗ୍ୟ, ଅନୁ ମଲ୍ଲିକଙ୍କ ବିରୋଧରେ ୰ମି ଠୁରେ ଯୌନ ନିର୍ୟାତନାର ଅଭିଯୋଗ ଆଣି ଥିଲେ ଗାୟିକା ସୋନା ମହାପାତ୍ର ଓ ଶ୍ୱେତା ପଣ୍ଡିତ । ୰ମି ଠୁରେ ଅଭିଯୁକ୍ତ ହେବା ପରେ ସଂଗୀତ ଜଗତରେ ଅନୁ ମଲ୍ଲିକ ବାସନ୍ଦ ହୋଇଯିବା ସହ ଏକ ଘରକିଆ ହୋଇ ପଡ଼ିଥିଲେ।