ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ । ସରିଲା ନିର୍ବଦ୍ଧ । କେବେ ହେବ ବାହାଘର । ତାକୁ ହିଁ ସମସ୍ତଙ୍କ ଅପେକ୍ଷା । ଅନୁଭବ ଜାଗୃତିଙ୍କ ବିବାହକୁ ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ତାହାକୁ ଦୁହେଁ ପ୍ରମାଣିତ କରି ଦେଖାଇଛନ୍ତି । ତେବେ ଆଉ କିଛିଦିନ ପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବେ । ଅନୁଭବଙ୍କର ଏହା ଦିତ୍ୱୀୟ ଇନିଂସ ଆରମ୍ଭ ହେବ । ତେବେ ଅନେକ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ଏହି ଦୁଇ ଯୋଡିିକୁ ସମର୍ଥନ ଜଣାଉଛନ୍ତି । ତେବେ ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗୃତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।