ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କଲେ ବିଜେପି ନେତା ଅନୁଭବ ମହାନ୍ତି । ଅନୁମତି ନଥିବା ଗାଡିରେ ଇଭିଏମ୍ ନିଆଯାଉଥିବା ଘଟଣାକୁ ନେଇ ଟ୍ୱିଟ୍ କରି ଚିନ୍ତା ପ୍ରକାଶ କରିଥିଲେ ଅଭିନେତା ତଥା ବିଜେପିରେ ନିକଟରେ ଯୋଗଦେଇଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୟାଗ୍ କରି ଏଭଳି ଘଟଣା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଥିଲେ ଅନୁଭବ ।