ଭୁବନେଶ୍ୱର: ବର୍ଷା-ଅନୁଭବ ଲଢ଼େଇରେ ନୂଆ ଟ୍ଵିଷ୍ଟ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ପୁଣିଥରେ ସାଂସଦ ଜାରି କଲେ ନୂଆ ଭିଡିଓ । ତେବେ ନୂଆ ଭିଡ଼ିଓ ଜାରିକରି ପତ୍ନୀ ବର୍ଷାଙ୍କୁ ଖୁଲମ ଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି ଅନୁଭବ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରିବା ସହ ତାଙ୍କ ନାରୀତ୍ୱକୁ ଅପମାନିତ କରିଛନ୍ତି ।
ଏହାପରେ ପାଲଟା ଭିଡିଓ ଜାରି କରି ସାଂସଦ ଅନୁଭବ ମହାନ୍ତି କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ।ସାଂସଦ କହିଛନ୍ତି, ସେ ଜଣେ ରାଜନୈତିକ ବ୍ୟକ୍ତି । ପାରିବାରିକ ମାମଲା ମିଡିଆକୁ ଗଲେ ତାଙ୍କର ବିରୋଧୀ ଏହାକୁ ପ୍ରସଙ୍ଗ କରିବେ । ପରେ ବାହାଘର ଖେଳ ଘେର ଭାବେ ପରିଣତ ହୋଇଯିବ । ତେଣୁ ମିଡିଆରେ ଏହି ମାମଲା ପ୍ରସାରଣ ନହେବାକୁ ଅପିଲ କରିଥିଲେ କିନ୍ତୁ ବର୍ଷା ଏହାକୁ ସେତେବେଳେ ବିରୋଧ କରିଥିଲେ ବୋଲି ସାଂସଦ କହିଛନ୍ତି । ଯଦି ସେ ତାଙ୍କର ଏତେ କ୍ଷତି ପହଞ୍ଚାଉଥିଲେ ପୂର୍ବରୁ କାହିଁକି ବର୍ଷା ଥାନାରେ ଏତଲା ଦେଉନଥିଲେ । ଦୁଇ ବର୍ଷରେ ତାଙ୍କ ବିରୋଧରେ ଏତେ ଏତଲା କୁଆଡୁ ଆସିଲା ବୋଲି ଅନୁଭବ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷେ, ଭିଡ଼ିଓରେ ବର୍ଷାଙ୍କୁ ୩ଟି ଚ୍ୟାଲେଞ୍ଜ ଦେଇଛନ୍ତି ଅନୁଭବ ମହାନ୍ତି । ସେ ତାଙ୍କ ଭିଡିଓରେ କହିଛନ୍ତି, ସାହତ ଅଛି ତ ଚ୍ୟାଲେଞ୍ଜଙ୍କୁ ଗ୍ରହଣ କର । ତିନୋଟି ଚ୍ୟାଲେଞ୍ଜ ହେଲା ମେଡିକାଲ ଟେଷ୍ଟ, ଫରେନ୍ସିକ୍ ଲ୍ୟାବରେ ଅଡିଓ ଟେଷ୍ଟ ଏବଂ ଶେଷରେ ବର୍ଷାଙ୍କ ଲାଏ ଡିଟେସନ୍ ଟେଷ୍ଟ । ଯାହାପରେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ସାଂସଦ ।