ଉଗ୍ରବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତିଲେ ଅନୁଭବ ମହାନ୍ତି

0

(ସୌମ୍ୟ ରଞ୍ଜନ ସେଠୀ) : ଅଳ୍ପକେ ବଚିଂଯାଇଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଓଡ଼ିଆ ଫିଲ୍ମର ସୁଟିଂ ପାଇଁ ଯାଇଥିବା ଅନୁଭବ ମହାନ୍ତି ସୁଟିଂସାରି ଫେରୁଥିବା ବେଳେ ଉଗ୍ରବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ ସୌଭାଗ୍ୟବଶତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନୁଭବ ମହାନ୍ତ।

ସୂଚନା ଅନୁଯାୟୀ ସାଂସଦ ଅନୁଭବ କାଶ୍ମୀରର ଦୁଢପଟନୀ ଅଞ୍ଚଳକୁ ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ପାଇଁ ଯାଇଥିଲେ । ସେଠାରୁ ସୁଟିଂ ସାରି ଏକ ଗାଡ଼ିରେ ଫେରୁ ଥିବା ବେଳେ ବାରମୁଲ୍ଲା ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀ ଜାତୀୟ ରାଜପଥରେ ଯାଉଥିବା ଗାଡ଼ିଗୁଡିକ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେହି ସମୟରେ ଗାଡ଼ିରେ ଅନୁଭବଙ୍କ ସହିତ କ୍ୟାମେରା ମ୍ୟାନ୍ ରବିନ୍ଦ୍ର ବେହେରା, ମେକଅପ୍ ମ୍ୟାନ ରାଜକିଶୋର ବେହେରା, ସୁଜିତ ଦଳେଇ ଥିବା ବେଳେ ଅନ୍ୟ ଏକ ଗାଡ଼ିରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ସହ ଅନ୍ୟ ୫ ଜଣ ଥିଲେ । ଆତଙ୍କବାଦୀଙ୍କୁ ପୁଲିସ ପାଲଟା ଜବାବ ଦେବା ବେଳେ ସେହି ରାସ୍ତାରେ କିଛି ସମୟ ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ପରେ ଅନୁଭବ ମହାନ୍ତି ସୁରକ୍ଷିତ ଭାବେ ଦିଲ୍ଲୀରେ ପହଁଚିଥିଲେ ।