ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ କିଛି ଏଭଳି ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ପୋଷ୍ଟରେ ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି । ଏଥିସହ ବର୍ଷା ପ୍ରିୟ ଦର୍ଶନୀଙ୍କୁ ଟ୍ୟଗ୍ ମାଧ୍ୟ କରିଛନ୍ତି ।
ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ନହେବ ବୋଲି ସେ ପୋଷ୍ଟ କରିଛନ୍ତି।
କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିୟାଲା କୋର୍ଟ ।