ମରଣଯନ୍ତ୍ରା ପାଲଟିଛି ଜାତୀୟ ରାଜପଥ

0

(ଜ୍ୟୋତିରଂଜନ ଧର / ଅନୁଗୁଳ ) ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମ୍ମୁଖ ଦେଇ ରେଙ୍ଗାଳି ଅଭିମୁଖେ ଯାଇଥିବା ୫୩ନଂ ଜାତୀୟ ରାଜପଥ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିପଦ ସଂଙ୍କୁଳ ଅବସ୍ଥା ପଡି ରହିଛି । ଖୋଦ ବ୍ଲକ ହେଡ଼ କ୍ଵାଟର ଠାରୁ ୭୦୦ମିଟର ଦୂରତ୍ଵରେ କଣିହାଁ ହାଟ ପଡିଆ ସନିକଟ ଜାତୀୟ ରାଜପଥ ସ୍ଥିତି ଏପରି ହୋଇଛି ଯେ,ରାସ୍ତାରୁ କଂକ୍ରିଟ ଉଠିଯାଇ ରାସ୍ତାରେ ଲାଗିଥିବା ଲୁହାଛଡ଼ ଗୁଡିକ ରାସ୍ତାର ଉପରକୁ ଦେଖାଯାଉଥିଲେ ମଧ୍ୟ ମରାମତି ହୋଇପାରୁନି । ଏହି ରାସ୍ତାଦେଇ ବ୍ଲକ,ତହସିଲ,ମେଡିକାଲ,କଣିହାଁ ମହାବିଦ୍ୟାଳୟ,ବିଭିନ୍ନ ଶିକ୍ଷାନୁଷ୍ଠାନକୁ ହଜାର ହଜାର ଲୋକେ ନିର୍ଭର କରି ଯାତାୟାତ କରିଥାନ୍ତି । ଫଳରେ ଉକ୍ତ ରାସ୍ତାରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକଙ୍କର ଧନଜୀବନ ହାନି ଘଟୁଛି । ରାସ୍ତାର ମଧ୍ୟ ଭାଗରେ ବିଭିନ୍ନ ସ୍ଥାନରେ ଏଭଳି ବିପଦ ସଂଙ୍କୁଳ ଅବସ୍ଥାରେ ପଡି ରହିଥିଲେ ମଧ୍ୟ କୌଣସି ପ୍ରଶାସନିକ ଓ ଜାତୀୟ ରାଜପଥ ଅଧିକାରୀ କିଭଳି ଦୁର୍ଶ୍ୱଟି ପଡୁନାହିଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ସ୍ଥିତି ଏପରି ହୋଇଛି ଯେ,କଣିହାଁ-ରେଙ୍ଗାଳି ଜାତୀୟ ରାଜପଥ ମୃତ୍ୟୁ ଯନ୍ତାରେ ପାଲଟିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ଡେ଼ରଙ୍ଗ ଜେଆଇଟିପିଏଲ କମ୍ପାନୀ ଅଭିମୁଖେ କୋଇଲା ପରିବହନ କରୁଥିବା ହଜାର ହାଜର ଭାରୀଯାନ ୨୪ଘଣ୍ଟିଆ ଯିବାଆସିବା ଫଳରେ ଏଭଳି ବିପଦ ସଂଙ୍କୁଳ ହୋଇଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରନ୍ତି । । ପ୍ରଶାସନିକ ଓ ଜେଆଇଟିପିଏଲ କମ୍ପାନୀ କର୍ତ୍ତୁପକ୍ଷଙ୍କ ମଧୁଚନ୍ଦ୍ରିକା ଫଳରେ ପଥଚାରୀ, ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେବ ଏକରକମର ସାର ହୋଇଛି । ଏଣୁ ଜାତୀୟ ରାଜପଥ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।