ଅନୁଗୁଳରେ ୧୧୭ ଛାତ୍ରଛାତ୍ରୀ ଏ୧, ୨୧୭ ଜଣ ଫେଲ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାରେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି ରାଜ୍ୟରେ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ଚଳିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୯୮.୦୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି

ସୂଚନା ଅନୁସାରେ, ଚଳିତ ବର୍ଷ ଅନୁଗୁଳ ଜିଲ୍ଲାର ୨୬୨ ଟି ସ୍କୁଲରୁ ୧୭୨୭୭ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି ସେମାନଙ୍କ ମଧ୍ୟରୁ ୧୬୯୪୬ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି ଅନୁଗୁଳ ଜିଲ୍ଲାର ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସୋମ୍ୟ ସୌରଭ ତ୍ରିପାଠୀ ଅନନ୍ତ ବିହାର ଡ଼ିଏଭି ଛାତ୍ର ବିକାଶ ପ୍ରଧାନ ସର୍ବାଧିକ ୫୮୨ ନମ୍ବର ରଖି ଅନୁଗୁଳ ଜିଲ୍ଲା ଟପ୍ପର ହୋଇଛନ୍ତି ଅନୁଗୁଳ ଜିଲ୍ଲାରୁ ଗ୍ରେଡ୍ ରେ ମୋଟ ୧୧୭ ଜଣ ରହିଥିବା ବେଳେ ଗ୍ରେଡ୍ ରେ ୭୭୨ ଜଣ , ବି ଗ୍ରେଡରେ ୧୮୯୮ ଜଣ , ବି ରେ ୩୦୩୭ ଜଣ , ସି ଗ୍ରେଡରେ ୪୦୨୮ ଜଣ , ଡ଼ି ଗ୍ରେଡରେ ୩୯୯୫ ଜଣ ଗ୍ରେଡରେ ୩୦୯୯ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି ପାସ କରିଥିବା ଏହି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୮୫୩୪ ଜଣ ଛାତ୍ର ୮୪୧୨ ଜଣ ଛାତ୍ରୀ ଅଛନ୍ତି ତେବେ ଚଳିତ ବର୍ଷ ୨୧୭ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ପ୍ରକାଶ