(ରିପୋର୍ଟସ ଟୁଡ଼େ) ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଅଦଳ ବଦଳ ଚାଲିଛି । ମୈନୀପୁରୀ ଜିଲ୍ଲା ପଂଚାୟତର ଅଧ୍ୟକ୍ଷ ସନ୍ଧ୍ୟା ଯାଦବଙ୍କ ସ୍ୱାମୀ ଏବଂ ବାଦାୟୁଂର ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବଙ୍କ ଭିଣୋଇ ଅନୁଜେଶ ପ୍ରତାପ ସିଂହ ଯାଦବ ଆଗ୍ରାରେ ବିଜେପିରେ ଯୋଗ ଦେଇଛନ୍ତି । ସେ ଅମିତ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସାଂସଦ ଧର୍ମେନ୍ଦ୍ର ଯାଦବ ଅନୁଜେଶଙ୍କ ବିଜେପିରେ ସାମିଲ ହେବାକୁ ନେଇ ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି ।
ସମାଜବାଦୀ ପାର୍ଟିର ସାଂସଦ ଧର୍ମେନ୍ଦ୍ର ଯାଦବ ଲେଖିଛନ୍ତି କି, ପ୍ରତାପ ସିଂହ, ନିବାସୀ ଭାରୌଲ, ଜନପଦ ଫିରୋଜାବାଦ ୨୪ ମାର୍ଚ୍ଚରେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ମୋତେ ଗଣମାଧ୍ୟମ ସାହାଯ୍ୟରେ ସୂଚନା ମିଳିଛି । ଗଣମାଧ୍ୟମ ତାଙ୍କୁ ମୋ ଭିଣୋଇ କହି ସମ୍ବୋନ୍ଧନ କରିଛି । ତେଣୁ ବିଜେପିର କୌଣସୀ ନେତାଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନୁଜେଶ ପ୍ରତାପ ସିଂହଙ୍କ ସହ ମଧ୍ୟ ମୋର କୌଣସୀ ସମ୍ବନ୍ଧ ନାହିଁ ।