ମୋ ସହ ଯୁକ୍ତିତର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ : ଅଭିନେତ୍ରୀ ଅନୁଷ୍କା ଶର୍ମା

ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି।

0

(ମୁମ୍ବାଇ) : ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। କିନ୍ତୁ ସେ ସୋଶାଲ ମିଡିଆରେ ବେଶ ଆକ୍ଟିଭ। ନିକଟରେ ଏଭଳି ହିଁ ଏକ ଫଟୋ ଶେଆର କରିଛନ୍ତି ଅନୁଷ୍କା। ଏଥିସହ ଏହି ମାମଲାରେ ତାଙ୍କ ସହ ପଙ୍ଗା ନନେବା ପାଇଁ ମଧ୍ୟ କହିଛନ୍ତି। ଏହା ସ୍ପଷ୍ଟ ଯେ ଯଦି ଅନୁଷ୍କା ଏହି ବହିଟିକୁ ପଢ଼ୁଛନ୍ତି ତେବେ ସେ ଅନ୍ୟମାନଙ୍କ ଅପେକ୍ଷା ଶାକାହାରୀ ଖାଦ୍ୟ ଖାଇବାର ଲାଭ ଜାଣିଥିବେ। ଏଭଳି ପରିସ୍ଥିତିରେ ତାଙ୍କ ସହ ଯୁକ୍ତିତର୍କ ନକରିବା ଭଲ ହେବ।

ସୂଚନାନୁଯାୟୀ , ପ୍ରକୃତରେ ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଏକ ବହିର ଫଟୋ ଶେଆର କରିଛନ୍ତି। ଏଥିରେ ବୃକ୍ଷ ଏବଂ ଉଦ୍ଭିଦ ଉପରେ ନିଜ ଜୀବଶୈଳୀର ଫାଇଦା କ’ଣ ରହିଛି ତାହା ଉଲ୍ଲେଖ ଅଛି। ଏହ ଫଟୋକୁ ଶେଆର କରି ଅନୁଷ୍କା ଲେଖିଛନ୍ତି, ‘ମାଂସ ଖାଉଥିବା ବ୍ୟକ୍ତି ଦୟାକରି ଏହାକୁ ପଢ଼ନ୍ତୁ ଏବଂ ଶାକାହାରୀ ଜୀବନଶୈଳୀ ଉପରେ ମୋ ସହ ଯୁକ୍ତିତର୍କ କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ଅନୁଷ୍କା ଚେତାବନୀ ଦେଇଛନ୍ତି।’ ଏହି ବହିକୁ ସାଇମନ୍ ହିଲ୍ ଲେଖିଛନ୍ତି, ‘ଦି ପ୍ରୁଫ୍ ଇନ୍ ପ୍ଲାଣ୍ଟସ୍’, ଯାହା ଅନୁଷ୍କା ଜିମରେ ପଢ଼ିବା ସମୟରେ ଶୋୟାର କରିଛନ୍ତି।