କ୍ରିକେଟ ଖେଳିବେ ଅନୁଷ୍କା

0

ମୁମ୍ବାଇ: ସ୍ୱାମୀଙ୍କ କ୍ରିକେଟ ଖେଳ ଆପଣ ଦେଇଛନ୍ତି । କିନ୍ତୁ ଏବେ ସ୍ତ୍ରୀର କ୍ରିକେଟ ଖେଳ ମଧ୍ୟ ଦେଖିବେ । ହଁ, ଆଜ୍ଞା ସେ ଆଉ କେହି ନୁହନ୍ତି ଏବେ ଅନୁଷ୍କା ଶର୍ମା । ବିରାଟଙ୍କ ପରେ ସେ ଏବେ ପଡ଼ିଆରେ ଦର୍ଶକଙ୍କ ମନୋରଞ୍ଜନ କରିବେ ଅନୁଷ୍କା । ଅନୁଷ୍କା ଏବେ ଅଭିନେତ୍ରୀରୁ କ୍ରିକେଟର ପାଲଟିବେ । ପ୍ରକାଶଥାଉ କି, ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ବାୟୋପିକରେ ନଜର ଆସିବେ ଅନୁଷ୍କା । ଅନୁଷ୍କା ଦିର୍ଘଦିନ ପରେ ଏହି ଫିଲ୍ମରେ ମାଧ୍ୟମରେ ବଡ଼ ପରଦାକୁ ବ୍ୟାକ କରିବେ । ଏହି ଫିଲ୍ମରେ ଅନୁଷ୍କାଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏନେଇ ଅନୁଷ୍କା ବ୍ୟାଟ ଓ ବଲ ଧରି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ସୂଚନାଥାଉ କି, ଝୁଲନ ଓ ଅନୁଷ୍କାଙ୍କ ଫଟୋ ଏବେ ଏକ ସଙ୍ଗେ ଦେଖିବାକୁ ମିଳୁଛି । ଏହି ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏନେଇ ବର୍ତ୍ତମାନ ସୁଦ୍ଧା ଔପଚାରିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ ।