ନୂଆଦିଲ୍ଲୀ:ଗିରଫ ହେଲେ ଆପ ବିଧାୟକ ଅମାନତୁଲ୍ଲା ଖାନ । ଦିଲ୍ଲୀ ୱାକଫ ବୋର୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି। ଇଡିର ଏକ ଟିମ୍ ଆମ ଆଦମି ପାର୍ଟି(ଆପ୍)ର ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଚଢାଉ କରିଥିଲା । ତାଙ୍କୁ ପ୍ରାୟ ୬ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି ।
ଇଡିର ଏହି କାର୍ଯ୍ୟାନୁଷ୍ଠାନ ପରେ ଆପ ନେତା ମାନେ ବିଜେପି କୁ ଆକ୍ରମଣ କରିଛନ୍ତି। ଏହି ଚଢାଉର ଭିଡିଓ ସେୟାର କରି ଆପ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, “ଇଡିର ନିଷ୍ଠୁରତାକୁ ଦେଖନ୍ତୁ।
ଅମାନତୁଲ୍ଲା ଖାନ ପ୍ରଥମେ ଇଡି ତଦନ୍ତରେ ଯୋଗ ଦେଇଥିଲେ। ତାଙ୍କଠାରୁ ଅଧିକ ସମୟ ମାଗିଥିଲେ। ତାଙ୍କ ଶାଶୁଙ୍କ କର୍କଟ ରୋଗ ହୋଇଛି, ତାଙ୍କର ଅପରେସନ୍ ହୋଇଛି। ଅମାନାତୁଲ୍ଲାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, କିନ୍ତୁ ମୋଦୀଙ୍କ ଏକଛତ୍ରବାଦୀ ଶାସନ ଏବଂ ଇଡିର ଗୁଣ୍ଡାଗର୍ଦ୍ଦି ଜାରି ରହିଛି।