ଆସନ୍ତୁ ଜାଣିବା ଅପରାଜିତା ଫୁଲର ଉପକାରିତି

0

ଅପରାଜିତା ଫୁଲ ମହାଦେବ ଖୁବ ପ୍ରିୟ ହୋଇଥାଏ । ଏହି ଅପରାଜିତା ଫୁଲ ସମସ୍ତଙ୍କ ବାଢିରେ ହୋଇଥାଏ । ଲତା ହୋଇ ଚାରିଆଡେ ମାତିଥାଏ । ଅପରାଜିତାର କୌଣସି ଯତ୍ନ ନେବାକୁ ପଡେନି । ଅପରାଜିତା ଫୁଲ ଯେତିକି ସୁନ୍ଦର ସେତିକି ସ୍ୱାସ୍ଥ୍ୟାକର । ଅପରାଜିତାରେ ଅନେକ ଔଷଧୀୟ ଗୁଣ ଥାଏ ତେବେ ଆସନ୍ତୁ ଜାଣିବା ସେ ମ୍ପର୍କରେ..

ଏହି ଫୁଲ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ। ପି-କୌମାରିକ୍‌ ଏସିଡ୍‌, ଡେଲ୍‌ଫିନିଡିନ୍‌-୩, କେମ୍ଫୋରାଲ୍, ୫-ଗ୍ଲୁକୋସାଇଡ୍‌ ପରି ଆଣ୍ଟିଅକ୍ସିଡାଣ୍ଟରେ ଭର୍‌ପୂର ଏହି ଫୁଲଟିରେ ଅନେକ ସ୍ବାସ୍ଥ୍ୟଗତ ଉପକାରିତା ଅଛି।

ଅପରାଜିତା ଫୁଲ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହି ଫୁଲରୁ ପ୍ରସ୍ତୁତ ଚା’ ଶରୀରରେ ମେଟାବୋଲିଜିମକୁ ତ୍ୱରାନ୍ୱିତ କରିଥାଏ, ଯେଉଁ କାରଣରୁ ଶରୀରରେ ଚର୍ବି ସୃଷ୍ଟି ହୁଏ ନାହିଁ।

ଅପରାଜିତା ଫୁଲରେ ଏପରି ଉପାଦାନସବୁ ରହିଛି, ଯାହା ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ହୃଦଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ଅପରାଜିତା ଫୁଲ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମିଯାଏ। ଏହି ଫୁଲରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କର୍କଟ କୋଷଗୁଡ଼ିକର ବୃଦ୍ଧିକୁ ଅଟକାଇବ‌ାରେ ସହାୟକ ହୋଇଥାଏ।

ଅପରାଜିତା ଫୁଲରୁ ପ୍ରସ୍ତୁତ ଚା ଆଣ୍ଟି-ଡାଇବେଟିସ୍ ଗୁଣରେ ଭରପୂର ହୋଇଥିବାରୁ ଏହା ଶରୀରରେ ଇନସୁଲିନର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ରକ୍ତରେ ଶର୍କରା ସମସ୍ୟା ଉପୁଜେ ନାହିଁ। ଅପରାଜିତ‌ା ପତ୍ରରେ ମିଳୁଥିବା ଏକ ବିଶେଷ ପ୍ରକାରର ଫ୍ଲାଭୋନାଏଡ୍ କେଶକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରେ।