ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି -ବିଜେଡି ମେଣ୍ଟ ନେଇ ବିଜେପି ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା

ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି : ଅପରାଜିତା ଷଡ଼ଙ୍ଗୀ

0

ଭୁବନେଶ୍ୱର : ମେଣ୍ଟ ହେବାର ପ୍ରଶ୍ନ ନାହିଁ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଟ ନେତାମନେ ବି କହିଛନ୍ତି ମେଣ୍ଟ ହେବ ନାହିଁ। ବିଜେପି ବିରୋଧରେ ବିଜେଡି ଯିବ। ବିଜେଡି ବିରୋଧରେ ବିଜେପି ଯିବ। ଏଥିରେ କୋଣସି ଦ୍ୱନ୍ଦ୍ୱ ନାହି।ସେହିପରି କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ୱକୀର କରି ନାହିଁ। ଅନୁମୋଦନ କରି ନାହିଁ। ତାହା ହେଲେ କେମିତି ନିର୍ବାଚନ ହେବ। ପ୍ରସ୍ତାବ ଯାଇଛି ନାଁ ନାହିଁ ହୁଏତ ଏହା ଅନୁମାନ ଥାଇପାରେ ଯେ ଆଗୁଆ ନିର୍ବାଚନ ହେବ। ମେଣ୍ଟ ଚର୍ଚ୍ଚାକୁ ନେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ।

ପାଞ୍ଚ ବର୍ଷ ଲୋକଙ୍କଠାରୁ ବିଜେଡି ସରକାର ନେଇଛନ୍ତି କାମ କରନ୍ତୁ। ନିର୍ବାଚନ ଏତେ ହଡ଼ବଡ଼ କାହିଁକି। ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେଖିବାକୁ ଚାହିଁବୁ ଆମେ। ପାଞ୍ଚ ବର୍ଷ ପାଇଁ ମେନେଡେଟ ପାଇଁଛନ୍ତି। ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ। ବୋଲି ପ୍ରତିକ୍ରିୟା ଦେଇଛନ୍ତି ସେ | ଏଥିସହ ପାଞ୍ଚ ବର୍ଷ ପରେ ଯେତେବେଳେ ଲୋକସଭା ଓ ବିଧାନସଭା ଭୋଟ ହେବ। ସେତେବେଳେ ରିପୋର୍ଟ କାର୍ଡ ଦେଇ ନିର୍ବାଚନକୁ ଯାଆନ୍ତୁ। କାହିଁକି ଏତେ ତରବର ହେଉଛନ୍ତି ଭୋଟ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ।