(ସଂଜୁକ୍ତା ବେହେରା): ନିଜକୁ ଫିଟ୍ ରଖିବା ପାଇଁ କିଏ ବା ନ ଚାହେଁ । ଆପଣମାନେ ନିଜକୁ ଫିଟ୍ ରଖିବା ପାଇଁ ପୂର୍ବରୁ ଗ୍ରୀନ ଟି ବା ଲେମନ ଟି ପିଇଥିବେ । ହେଲେ ଆମେ ଆଜି ଆପଣଙ୍କୁ ସେଓ ଫଳର ଚା ବା ଆପଲ ଟି କଥା କହୁଛୁ । ଏହା ଶରୀରକୁ କେଉଁ ସବୁ ସମସ୍ୟାରୁ ରକ୍ଷା କରେ ତାହା ଆପଣ ଜାଣିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଆପଲ ଟି ବିଷୟରେ । ଆପଲ ଟି ପିଇବା ଫଳରେ କେଉଁ କେଉଁ ସମସ୍୍ୟା ସବୁ ଦୂର ହୋଇଥାଏ, ଜାଣନ୍ତୁ…
ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଓଜନ କମ ହେବା ସହ ତ୍ୱଚାରେ ଚମକ ଆସିଥାଏ । ଭାରତରେ ଏହାକୁ କମ ବ୍୍ୟବହାର କରାଯାଉଥିବା ବେଳେ ୟୁରୋପରେ ଏହି ଚା’ କୁ ଲୋକମାନେ ଅଧିକ ମାତ୍ରାରେ ବ୍୍ୟବହାର କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ । ଏହି ଚା’ ପ୍ରସ୍ତୁତ କରିବା ପାଇଁ ଗୋଟେ ସେଓ, ୩ କପ ପାଣି, ଗୋଟେ ଚାମଚ ଲେମ୍ବୁ ରସ, ୨ ଟିି ବ୍୍ୟାଗ ଏବଂ ଡାଲଟିନି ପାଉଡର ନିଅନ୍ତୁ । ଏକ ପାତ୍ରରେ ପାଣି ଏବଂ ଲେମ୍ବୁ ରସକୁ ମିଶାଇ ଗରମ କରନ୍ତୁ । ପରେ ସେଥିରେ ୨ଟି ଟି ବ୍୍ୟାଗ ପକାଇ କିଛି ସମୟ ଫୁଟାନ୍ତୁ । ଫୁଟିବା ସମୟରେ କଟା ହୋଇଥିବା ସେଓ ଫଳକୁ ସେଥିରେ ପକାନ୍ତୁ । ଏହା ପରେ ସେଥିରେ ଡାଲଚିନି ପାଉଡରକୁ ପକାନ୍ତୁ । କିଛି ସମୟ ଫୁଟିବା ପରେ ଆପଣଙ୍କ ଆପଲ ଟି ପ୍ରସ୍ତୁତ ହେଇଯିବ ।