(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ) : ବିଶ୍ୱର ଅଧିକାଂଶ ସ୍ଥାନରେ ଏପ୍ରିଲ ୧ ତାରିଖକୁ ଏପ୍ରିଲ ଫୁଲ ଡ଼େ ଭୋବେ ପାଳନ କରାଯାଏ । ଏହି ଦିବସ ପାଳନରେ ସୃଷ୍ଟି ଓ କାରଣ ସଂପର୍କରେ କୌଣସି ନିର୍ଦ୍ଧିଷ୍ଟ ମତ ନାହିଁ । ତେବେ ଅନ୍ୟକୁ ବୋକା ବନାଇବା ହିଁ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ , ଆତ୍ମୀୟସ୍ୱଜନ , ପଡ଼ୋଶୀ କିମ୍ବା ନିଜ ସହକର୍ମୀଙ୍କୁ ଏହି ଦିବସରେ ଥଟ୍ଟା କରିବା ଏକ ପରଂପରାରେ ପରିଣତ ହୋଇଆସିଛି । ଏପରିକି ନିଜ ଶତ୍ରୁକୁ ମଧ୍ୟ ଏପ୍ରିଲ ଫୁଲ ଦିବସ ପାଳନ ଅବସରରେ ବୋକା ବନାଇ କେତେକ ଆନନ୍ଦ ନେଇଥାନ୍ତି । ଏକ ମତ ଅନୁଯାୟୀ ୧୫୬୪ ରେ କେବଳ ଫ୍ରାନ୍ସକୁ ଛାଡ଼ି ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡିକ ଗ୍ରେଗୋରିଆନ କ୍ୟାଲେଣ୍ଡର ଗ୍ରହଣ କରିଥିଲେ । ଫଳରେ ଏପ୍ରିଲ ପରିବର୍ତ୍ତେ ଜନୁଆରୀ ହିଁ ବର୍ଷର ପ୍ରଥମ ମାସ ହୋଇଥିଲା । ତେବେ ଫ୍ରେଞ୍ଚ୍ମାନେ ଏପ୍ରିଲ ପହିଲାକୁ ନବବର୍ଷ ଭାବେ ଗ୍ରହଣ କରିଥିବାରୁ ହୁରୋପୀୟଙ୍କ ଦ୍ୱାରା ଉପହସିତ ହୋଇଥିଲେ । ବ୍ରିଟେନ ,ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆମେରିକା ଏପ୍ରିଲ ଫଉଲ ଡ଼େକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଳନ କରିବାର ପରମଂରା ରହିଛି । ମାତ୍ର ମଧ୍ୟାହ୍ନ ପରେ କେହି କାହାକୁ ବେକା ବନାଇବାକୁ ଚେଷ୍ଟା କଲେ ନିଜକୁ ଏପୟିଲ ଫୁଲ ହେବାକୁ ପଡ଼େ । ସେହିପରି କାନାଡ଼ା ,ଫ୍ରାନ୍ସ , ଆୟାରଲାଣ୍ଡ, ବ୍ରାଜିଲ ଜାପାନ, ରୁଷିଆ,ନେଦରଲାଣ୍ଡ, ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଦିବସ ସାରାଦିନ ପାଳନ କରାଯାଏ । ଚତୁର୍ଦ୍ଦଶ ଶତାଦ୍ଦୀରେ ଇଂରାଜି କବି ଚସରଙ୍କ କାଣ୍ଟରବରି ଟେଲସରେ ପ୍ରଥମ ଏହି ଶଦ୍ଦ ସ୍ଥାନ ପାଇଥିବା ଜଣାଯାଏ ।