ଏପ୍ରିଲ ଗାଇଡଲାଇନ ଜାରି

0

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ମଧ୍ୟ ସଂକ୍ରମଣ ଆକ୍ରାମକ ଆଡକୁ ଗତି କରୁଛି । ତେଣୁ ଆଜି ରାଜ୍ୟ ସରକାର ଏପ୍ରିଲ୍ ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଏପ୍ରିଲ୍ ୧ରୁ ୩୦ ପର୍ୟ୍ୟନ୍ତ ଏହି ଗାଇଡ୍ଲାଇନ୍ ବଳବତ୍ତର ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସୂଚନା ଦେଇଛନ୍ତି । ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି କି,
ସତର୍କତା ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଉ; କଣ୍ଟେନମେଣ୍ଟ ଘୋଷଣା କରିପାରିବେ ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନ; ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ; କଣ୍ଟେନମେଣ୍ଟ ଜୋନ୍ରୁ କେହି ବାହାରି ପାରିବେନି, ଘରକୁ ଘର ସର୍ଭେ ହେବ; ଯଥା ସମ୍ଭବ ଅଧିକ ଜଞଚଉଜ ଟେଷ୍ଟ କରିବାକୁ ନିର୍ଦ୍ଦେଶ; ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ; ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି; ସଭାସମିତି ପାଇଁ ଗାଇଡଲାଇନ ଜାରି କଲେ ଏସ୍ଆର୍ସି ; ଇଣ୍ଡୋର ହଲ୍ରେ ସର୍ବାଧିକ ୨ଶହ ଲୋକଙ୍କୁ ନେଇ କରାଯାଇ ପାରିବ ସଭା; ଇଣ୍ଡୋର ହଲରେ ୫୦% ସିଟ୍ରେ ବସିପାରିବେ ଲୋକେ ; ସଭାରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ; ଖୋଲା ଜାଗାରେ ଆକାର ଦେଖି ସଂଖ୍ୟା ନିର୍ଦ୍ଧାରଣ କରିବ ପ୍ରଶାସନ ।