ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସିଙ୍ଗର ଏ.ଆର.ରହମାନ…

0

ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତ ହେଲେ ସିଙ୍ଗର ଏ.ଆର.ରହମାନ । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ.ଆର. ରହମାନ ଆପୋଲୋ ହସ୍ପିଟାଲର ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ଅପରାହ୍ନ ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ବିଦେଶରୁ ଫେରିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସକାଳ ୭:୩୦ ରେ ହସ୍ପିଟାଲକୁ ନିଆଯାଇଥିଲା ଏବଂ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରାଯାଇଥିଲା। ହସ୍ପିଟାଲ ସୂତ୍ର ଅନୁସାରେ ତାଙ୍କର ଆଞ୍ଜିଓଗ୍ରାମ ମଧ୍ୟ ହୋଇପାରେ।