ଭୁବନେଶ୍ୱର: ଏଣିକି ଅଣରାଜସ୍ବ କାମ କରିବେନି ଆରାଇ , ଅମିନ | ରାଜସ୍ବ ବିଭାଗର ସବୁଠାରୁ ତୃଣମୂଳସ୍ତରରେ ଆର୍ଆଇ, ଆଡିସ୍ନାଲ୍ ଆର୍ଆଇ ବା ଏଆର୍ଆଇ ଏବଂ ଅମିନମାନେ କାର୍ଯ୍ୟ କରିଥାନ୍ତି। କିନ୍ତୁ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ବିନା ବିଭିନ୍ନ ବିଭାଗ ପକ୍ଷରୁ ଏମାନଙ୍କୁ ଅଣରାଜସ୍ବ କାର୍ଯ୍ୟରେ ନିୟୋଜିତ କରାଯାଉଛି | ଏଭଳି କାର୍ଯ୍ୟକୁ ନେଇ ରାଜସ୍ବ ବିଭାଗ ଉଦ୍ବେଗ ପ୍ରକାଶ କରିବା ସହ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖା ଆରଆଇ, ଏଆର୍ଆ ଏଆର୍ଆଇ ଏବଂ ଅମିନଙ୍କୁ ଅଣ-ରାଜସ୍ବ କାର୍ଯ୍ୟରେ ରେ ନିୟୋଜିତ ନକରିବା ଲାଗି ଅନୁରୋଧ କରିଛି।