ଓଡ଼ିଶାରେ ଆର୍ସେଲର ମିତଲ ଲିପନ ଷ୍ଟିଲ ବନ୍ଦ ହେବ ନାହିଁ: ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ

0

ଭୁବନେଶ୍ୱର:  ପ୍ରତାପ ଜେନା ଓ ବିଜୁ ଜନତା ଦଳର ନେତାମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି। ଦେଶ ବିଦେଶରେ ସବୁଠି ଆର୍ସେଲର ମିତଲ ଲିପନ ଷ୍ଟିଲ ଇଣ୍ଡିଆ କେବଳ ଭାରତ ନୁହେଁ ସାରା ବିଶ୍ବରେ ନାଁ କରିଥିବା ଇସ୍ପାତ କମ୍ପାନୀ।ଆର୍ସେଲର ମିତଲ ସହ ବିଜୁ ଜନତା ଦଳ ଏମଓୟୁ କରିବା ବେଳେ ଗୁଜରାଟର ହାଜିରା ଠାରେ ଏକ ଶିଳ୍ପ ପ୍ରତିଷ୍ଠା ହେଲା।ତାଙ୍କ ସମୟରେ ଏହା ହୋଇଥିଲା, କଣ ପାଇଁ କହିଲେନି ସେତେବେଳେ ମିତଲ ଗୁଜୁରାଟ ପଳେଇଲା ବୋଲି। ବିଭିନ୍ନ ଦେଶ ତଥା ଦେଶ ବାହାରେ ନିଜର ଶିଳ୍ପ କାରଖାନା ପ୍ରତିଷ୍ଠା କରିଛି। ଏହା ଓଡ଼ିଶାରୁ ଫେରିଯିବାର କୌଣସି ସମ୍ଭାବନା ନାହିଁ। ଆମର ତାଙ୍କ ସହ  ଦୁଇ ଦୁଇ ଥର ରିଭ୍ୟୂ ସରିଛି। ୨୦୦ ରୁ ଅଧିକ ଏମ୍ପଲାଇ ତାଙ୍କର ଓଡ଼ିଶାରେ ରହି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟ କରୁଛନ୍ତି।ପୂର୍ବ ସରକାର ଦୁଇ ବର୍ଷ ଧରି ସ୍ଥିଥିଲ ହୋଇଯାଇଥିଲା। ଆମ ସରକାର ଆସିବା ପରେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ମହକାଳପଡ଼ା ବ୍ଲକ ମାର୍ଶାଘାଇ ଅଞ୍ଚଳ ଯେଉଁଠାରେ ଏହି ପ୍ଲାଣ୍ଟ ହେବ , ସେହି ଅଞ୍ଚଳରୁ ସେମାନେ ପ୍ରାୟ ୬୦ ଜଣ ଡିପ୍ଲୋମା ହୋଲ୍ଡର ପିଲାଙ୍କୁ ତାଲିମ୍ ଦେଉଛନ୍ତି।ସେମାନଙ୍କୁ କେମିତିସେଇ ପ୍ଲାଣ୍ଟ ରେ ରୋଜଗାର ଦେବେ ତାକୁ ବ୍ୟବସ୍ଥା କରାଯାଉଛି। ବିଜୁ ଜନତା ଦଳ ଓଡ଼ିଶାରେ ତିଷ୍ଠି ରହିବା ପାଇଁ ଲୋକଙ୍କ ଆଗରେ ମିଛ କହୁଛି।

ତାଙ୍କ ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ନିବେଶ ପାଇଁ ମନା ବଳାଉଛନ୍ତି।JSW EV ପଳେଇଲା ବୋଲି ଚର୍ଚ୍ଚା କଲେ କିନ୍ତୁ ତାର ଅଧିକାରୀ ମାନେ ନିଜେ ଏ ବିଷୟରେ ସ୍ପଷ୍ଟ କଲେ ଏହା କେଉଁ ଆଡେ ଯାଉନାହିଁ ବୋଲି। ନୂଆ ସରକାରଙ୍କ ପ୍ରତି କମ୍ପାନୀ ଗୁଡ଼ିକ ଆକୃଷ୍ଟ ହେଉଛନ୍ତି।

ସିଙ୍ଗାପୁରରେ ଆଗାମୀ ଦିନରେ ହେବ ରୋଡ ସୋ.. ରୋଡ ସୋ ଆମେ ଦିଲ୍ଲୀ, ମୁମ୍ବାଇରେ କରିଛୁ। ବିଦେଶରେ ମଧ୍ୟ କରିବୁ।ଆଗାମୀ ଦିନରେ ସିଙ୍ଗାପୁରରେ ମଧ୍ୟ ହେବ ରୋଡ ସୋ।