ଭୁବନେଶ୍ୱର : ଲେଡି ବ୍ଲାକମେର କୁଇନ ଅର୍ଚ୍ଚନା ନାଗ ଗିରଫ ମାମଲା । ଚାର୍ଜସିଟି ଦାଖଲ କରିବ ପୋଲିସ । ଅର୍ଚ୍ଚନା ହନିଟ୍ରପ ମାମଲାରେ ଆଜି ଚାର୍ଜସିଟି ଦାଖଲ କରିବ ପୋଲିସ । ଆଜି ୧୪ ଶହ ପୃଷ୍ଠାରେ ଖଣ୍ଡଗିରି ପୋଲିସ ଚାର୍ଜସିଟ ଦାଖଲ କରିବ । ଅର୍ଚନା ଓ ସ୍ୱାମୀ ଜଗବନ୍ଧୁ ଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିବ ଖଣ୍ଡଗିରି ଥାନା ପୋଲିସ । ଚାର୍ଜସିଟ ରେ ଅର୍ଚନା ନାଗଙ୍କୁ ମୁଖ୍ୟ ଅଭିଯୁକ୍ତ ସଜା ଯାଇଛି । ହନି ଟ୍ରାପ ଜରିଆରେ ଲୋକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ଅର୍ଚନା ଙ୍କ ବିରୁଦ୍ଧରେ ନୟାପଲି ଥାନା ପୋଲିସ ଚାର୍ଜସିଟ ଦାଖଲ କରିଥିଲା । କୋର୍ଟରେ ୨ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯିବ । ତେବେ ଏହି ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ ରହିଥିବା କୁହାଯାଉଛି । ପୂର୍ବରୁ ନୟାପଲ୍ଲୀ ଥାନା ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ଅର୍ଚ୍ଚନା ନାଗ ଜଗବନ୍ଧୁ ଚାନ୍ଦଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ । ୧ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥବବା ଚାର୍ଜସିଟରେ ଉଲ୍ଲେଖ ରହିଛି । ସିଡିଆର ଆନାଲିସିସ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ହ୍ୱାଟ୍ସ ଆପ୍ ଚାଟ୍ ରହିଛି । ଅନ୍ୟପଟେ ଝାରପଡା ଜେଲରେ ରହି ଲ, ପରୀକ୍ଷା ଦେଇଛନ୍ତି ଅର୍ଚ୍ଚନା ନାଗ । ପ୍ରଥମ ପେପର କୋଡ୍ ଅଫ୍ ସିଭିଲ୍ ପ୍ ରୋସିଜ୍ୟୁର-୧ ପରୀକ୍ଷା ଦେଇଥିଲେ । ଅର୍ଚ୍ଚନା ଦିନ ୧ଟା ୩୦ରୁ ୪ଟା ୩୦ ପର୍ୟ୍ୟନ୍ତ ପରୀକ୍ଷା ଦେଇଥିଲେ । ଏଥିପାଇଁ କ୍ୟାପିଟାଲ ଲ’ କଲେଜ ଓ ଝାରପଡ଼ା ଜେଲ କର୍ତ୍ତୃପକ୍ଷ ମିଳିତ ଭାବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ ମାନୁଆଲ ଅନୁସାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।