ପଦରୁ ହଟିଲେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ

0

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ମାସେ ପୁରିଥିଲେ ମଧ୍ୟ ଏବେବି କାହାରି ମନରୁ ଲିଭିନି ସେ କାଳ ରାତିର କରୁଣ ଦୃଶ୍ୟ । ତେବେ ଏହାର ତଦନ୍ତ କରୁଛି ସିବିଆଇ । ଏହି ସମୟରେ କେନ୍ଦ୍ର ପକ୍ଷରୁ ନିଆଯାଇଛି ଏକ ବଡ ନିଷ୍ପତ୍ତି । ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଅନୀଲ କୁମାର ମିଶ୍ରଙ୍କୁ ନୂଆ ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତି ଦିଆଯାଇଛି । ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କରି ତଦନ୍ତ କରିଥିଲା ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ତଦନ୍ତ କରୁଥିଲେ । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲା ସିବିଆଇ। ସୂଚନାନୁଯାୟୀ , ଜୁନ ୨ ତାରିଖରେ ଘଟିଥିଲା ଏହି ଟ୍ରେନ୍ ଦୁର୍ଘଟଣା । ଏଥିରେ ବର୍ତ୍ତମାନ ସୁଦ୍ଧା ୨୯୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ ଗତକାଲି ୨୯ଜଣଙ୍କର ଆସିଛି DNA ରିପୋର୍ଟ ।